www.samajalive.in
Saturday, December 6, 2025
19.1 C
Bhubaneswar

ସତଲମା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

ବରପାଲି: ପ୍ରତିବର୍ଷ ଜୁନ ୫ତାରିଖ ବିଶ୍ୱ ପରିବେଶ ଦିବସ ସରକାରୀ ଓ ବିଭିନ୍ନ ଅନୁଷ୍ଟାନ ପକ୍ଷରୁ ପାଳିତ ହେଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ନିରାଡ଼ମ୍ବର ପାଳନିୟ ପାଇଁ ବାଧ୍ୟ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ସତଲମା ଉଚ୍ଚ ବିଦ୍ୟାଳୟ ପରିସରରେ ବରଗଡ଼ ଜିଲ୍ଲା ପରିବେଶ ସଚେତନତା ସମିତି ଓ ସ୍କୁଲ ପରିଚରଳନା କମିଟି ମିଳିତ ଉଦ୍ୟମରେ ଉତ୍ସବଟି ସାମାଜିକ ଦୁରତ୍ୱ ନିତି ବଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପରିବେଶ ଦିବସ ପାଳନର ୪୮ବର୍ଷ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଆଶାନୁରୂପ ସଫଳତା ଦୃଷ୍ଟି ଗୋଚରକୁ ଆସି ପାରିଲାନାହିଁ। ସୃଷ୍ଟିରେ ବାୟୁମଣ୍ଡଳ ଦୁଷିିତ ହୋଇ ବିଭିନ୍ନ ରୂପ ସୃଷ୍ଟି କରିବା ସହିତ ଭୂକମ୍ପ,ମହାବାତ୍ୟା ବିଭିନ୍ନ ମାହାମାରି ରୋଗଶୋକ ରୂପି ଦୁର୍ଦିନ ଏବଂ ଦୁର୍ବିପାକର ମୁକାବିଲା କରିବାକୁ ପଡ଼ୂଛି। ଧନଜିବନ ସହ ଅସ୍ୱାଭାବିକ ପରିସ୍ଥିତି ସମ୍ମୁଖ ଦ୍ୱାରରେ ଛିଡ଼ା ହୋଇ ଆମେମାନେ ଏକ ଅସନ୍ତୁଳନ ବାତାବରଣ ମଧ୍ୟକୁ ଠେଲି ହୋଇଯାଉଛି। ଆମ ସମସ୍ତଙ୍କ ପାଇଁ ଏହା ଏକ ବଡ଼ ଚିନ୍ତାର କାରଣ ସାଜିଥିବା ବେଳେ ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଆମ ସମସ୍ତଙ୍କୁ ବାରାମ୍ବାର ଚେତାଇ ଦେଲାଣି ବୋଲି ଅତିଥି ମାନେ ଯୁକ୍ତି ବାଢ଼ିିଥିଲେ। ବରଗଡ଼଼ ଜିଲ୍ଲା ପରବେଶ ସଚେତନତା ସମିତି ସଭାପତି ତେଜରାଜ ଭୋଇଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସଂଚାଳିତ ହୋଇଥିଲା।

ମୂଖ୍ୟଅତିଥି ଭାବେ ସତଲମା ପୁର୍ବତନ ସରପଞ୍ଚ ଚଞ୍ଚଳ ପଧାନ ଯୋଗ ଦେଇଥିବା ବେଳେ ମୂଖ୍ୟବକ୍ତା ଭାବରେ ପରିବେଶବିତ୍ତ ଜେଠୁ ଭୋଇ ଯୋଗ ଦେଇଥିଲେ। ସଚେତନତା ସମିତି ସଂପାଦକ ମୋହନଚାନ୍ଦ ପଧାନ ସ୍ୱାଗତ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍କୁଲ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ ସ୍କୁଲ ସହକାରୀ ଶିକ୍ଷକ ଡ଼େଡାଲାମଣୀ ପଟେଲ ଓ ସମିର କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାଶିନ ହୋଇଥିଲେ। ପରିଶେଷରେ ସମାଜସେବୀ ସୁନିଲ ସାହୁଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପର୍ବ ସମାପନ ହୋଇଥିଲା।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories