www.samajalive.in
Sunday, December 7, 2025
26.1 C
Bhubaneswar

ବରପାଲି ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ

ବରପାଲି : ବରପାଲି ଗୋଷ୍ଠୀ ଉନ୍ନୟନ ରାଜିବଭବନ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ ସହ ସମ୍ବନ୍ଧିତ ଆଲୋଚନା ହୋଇଯାଇଛି।  ରବିବାର ପୁର୍ବାହ୍ନ ସମୟରେ ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସକ ଡ଼ା.ପ୍ରଶାନ୍ତ କୁମାର ବେହେରା ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବରପାଲି ଶିଶୁ ବିକାଶ ମଙ୍ଗଳ ବିଭାଗ ପକ୍ଷରୁ଼ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ଲେଙ୍କା ସ୍ୱାଗତ ଓ ସୂଚନା ପ୍ରଦାନ କରିଥିଲେ।  ଅତିଥି ମାନେ ସରକାରୀ ଅଧିନିୟମ ୨୦୦୬  ଅନୁଯାୟୀ ବାଲ୍ୟ ବିବାହ ଏକ ଦଣ୍ଡନିୟ ଅପରାଧ ସହ ଶିଶୁ ଅଧିକାର ଆଇନ ସମ୍ପର୍କିତ ବିଷୟ ଉପରେ ଆଲୋକପାତ କରିବା ସହିତ ଶିଶୁ ମାନଙ୍କ ଉପରେ ହେଉଥିବା ସାମାଜିକ ନିରପତ୍ତା,ପୃଷ୍ଟିହିନତା,ପ୍ରାଥମିକ ଶିକ୍ଷା,ବାଲ୍ୟ ବିବାହ,ଶିଶୁ ଶ୍ରମିକ,ଅତ୍ୟାଚାର,ବ୍ୟଭିଚାର ମୂଳକ କାର୍ଯ୍ୟକଳାପ,ମାନସିକ ଚାପ,ସ୍ୱାସ୍ଥ୍ୟରକ୍ଷା ଭଳି ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସେହିପରି ଜନ ସାଧାରଣଙ୍କୁ ସଚେତନତା କରାଯିନା ନିମନ୍ତେ ଶିଶୁଙ୍କୁ ସ୍ନେହଭରା ଆଦରତା,ମାନଶିକ ଶାନ୍ତି,ଉଚିତ ସ୍ୱସ୍ଥ୍ୟ ସୂରକ୍ଷା,ଧମକ ଚମକ ଏବଂ ବାଳଶ୍ରମରୁ ଦୁରତ୍ୱ,ଉପଯୁକ୍ତ ବ୍ୟବହାର,ଆଚର ବିଚାର,ଅସାମାଜିକ କାର୍ଯ୍ୟକଳାପରୁ ନିବୃତ୍ତ ସମ୍ପର୍କିତ ଶିକ୍ଷା ମୂଳକ ଗୁରୁତ୍ୱପୁର୍ଣ୍ଣ ତତ୍ୱ ଉପରେ ଆଲୋଚନାମାନ ହୋଇଥିଲା। ଏହି ଅବସରରେ ବ୍ଲକ ଚେୟାରମେନ ଦଫାଦାର ବ୍ଲକର ପ୍ରତିଟି ପଞ୍ଚାୟତ ଓ ସମୁହ ଗ୍ରାମ ମାନଙ୍କରେ ଆଶା,ଅଙ୍ଗନବାଡ଼ୀ,ପଞ୍ଚାୟତ କର୍ମଚାରୀ ତଥା ସ୍ୱାସ୍ଥ୍ୟକର୍ମୀଙ୍କୁ ସଚେତନତା କାର୍ଯ୍ୟକ୍ରମକୁ ପ୍ରଥମେ ଅଗ୍ରାଧିକାର ଦିଆଯାଉ ବୋଲି ପରାମର୍ଶ ଦେଇଥିଲେ। ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ ହୋଇ ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାରଙ୍କ ସମେତ ବିଡ଼ିଓ ତିବିକ୍ରମ କୁମୁରା,ସିଡ଼ିପିଓ ସଂଯୁକ୍ତା ଲେଙ୍କା,ସିଏଚସି ମୂଖ୍ୟ ଚିକିତ୍ସକ ଡ଼ା.ବେହେରା ଓ ବ୍ଲକ ଶିକ୍ଷାବିଭାଗ,ସାମାଜିକ ସଂଘ,ଆଇନଜୀବୀ ପ୍ରଭୁତି ବିଭିନ୍ନ ସଦସ୍ୟ ମାନଙ୍କୁ ନେଇ କମିଟି ଗଠନ ହୋଇଥିଲା। ପରେ ମିଶନଶକ୍ତି ସଂଯୋଜିକା ରେଣୁକା ଷଡଙ୍ଗୀ ଧନ୍ୟବାଦ ଅର୍ପଣ ଜଣାଇଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories