www.samajalive.in
Sunday, December 14, 2025
14.1 C
Bhubaneswar

ପାଣି ପାଇଁ ତାତିଲେ ମହିଳା, ରାସ୍ତାରୋକ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଡ଼ମପଡା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଦୁର୍ଗାପୁର ପଞ୍ଚାୟତର ଭେଡା ଗ୍ରାମରେ ଦୀର୍ଘ ବର୍ଷ ହେବ ଲାଗିରହିଛି ପାନୀୟ ଜଳ ସମସ୍ୟା। ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ପାଣି ପାଇଁ ଡହକ ବିକଳ ହେଉଛନ୍ତି ପଞ୍ଚାୟତର ୨୦୦୦ ଜନସାଧାରଣ। ପିଇବା ପାଣି ମିଳୁ ନ ଥିବାରୁ ମହିଳାମାନେ ରାସ୍ତାଉପରେ ଧାରଣା ଦେଇଛନ୍ତି। ପିଇବା ପାଇଁ ବିଶୁଦ୍ଧ ପାଣି ଟିକେ ପାଇବାପାଇଁ ବାରମ୍ବାର ଦାବିକରି ଆସୁଥିବା ବେଳେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଯନ୍ତ୍ରୀ କିମ୍ବା ଜନ ପ୍ରତିନିଧି କେହି ଶୁଣୁ ନାହାନ୍ତି। ବାଧ୍ୟହୋଇ ଶତାଧିକ ମହିଳା ମାନେ ଗରା ଓ ବାଲ୍ଟି ଧରି ରାସ୍ତାଉପରେ ଧାରଣାରେ ବସି ରାସ୍ତାରୋକ କରିଥିଲେ। ଫଳରେ ବାଙ୍କୀ-ବୈଦେଶ୍ୱର ରାସ୍ତାରେ ଗମନାଗମନ ଠପ ହୋଇ ଯାଇଛି। ପିଇବା ପାଣି ଟିକିଏ ପାଇବା ପାଇଁ ମହିଳା ମାନେ ପୂର୍ବରୁ ବହୁ ବାର ବାଙ୍କୀ ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ଦୌଡ଼ିଦୌଡ଼ି ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବାରୁ ଲୋକେ ଗାଡ଼ିଆ ଓ ଖୋଲା କୂଅରୁ ଦୂଷିତପାଣି ପାଣି ପିଇ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହୋଇଛନ୍ତି। ନଳକୂଅରୁ ମଧ୍ୟ ଭଲ ପିଇବାପାଣି ମିଳୁ ନ ଥିବାରୁ ବାଧ୍ୟ ହୋଇ ଆଜି ରାସ୍ତା ଉପରେ ଗରା ଓ ବାଲ୍ଟି ଧରି ବସି ରହିଛନ୍ତି। ବିଶୁଦ୍ଧ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଗଲେ ଧାରଣା ପ୍ରତ୍ୟାହୃତ ହେବ ବୋଲି ମହିଳାମାନେ କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories