www.samajalive.in
Saturday, December 6, 2025
23.1 C
Bhubaneswar

ବିପ୍ଳବୀ ପୀରପ୍ରସାଦ ପଟ୍ଟନାୟକଙ୍କ ୧୧ତମ ଶ୍ରାଦ୍ଧୋତ୍ସବ

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ପଞ୍ଚାୟତ ଅଧିନ ଜନ୍ମଭୂମି ପଥୁରୀପଡ଼ା ସରକାରୀ ମହାବେରେଣା ଉଚ୍ଚବିଦ୍ୟାଳୟ ପରିସରରେ ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗୋଆ ମୁକ୍ତି ଆନ୍ଦୋଳନର ମହାନ ସାରଥୀ ବରିଷ୍ଠ ପତ୍ରକାର ସାମ୍ୟବାଦୀ ନେତା ପୀରପ୍ରସାଦ ପଟ୍ଟନାୟକଙ୍କର ୧୧ତମ ଶ୍ରାଦ୍ଧ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବରପୁଟ୍ଟ ସରପଞ୍ଚ ଅଶୋକ କୁମାର ମିଶ୍ର ବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତଃ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନୁଷ୍ଠାନର ସଭାପତି ସୁନିଲ କୁମାର ମିଶ୍ର ଗୋଆ ମୁକ୍ତି ସଂଗ୍ରାମର ସାରଥିଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ମହାବେରେଣା ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, ମହାବେରେଣା କ୍ଲବର ସମ୍ପାଦକ ସଦାଶିବ ଦାସ, ଦିଲ୍ଲିପ କୁମାର ପଟ୍ଟନାୟକ, ରାମକୃଷ୍ଣ ପଟ୍ଟନାୟକ, ଶିକ୍ଷାବିତ୍‍ ସୁରେଶ୍ୱର ବେହେରା, ସାମାଜିକ କର୍ମୀ ରଞ୍ଜିତ ସେଠ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଶିକ୍ଷକ କୃପାସିନ୍ଧୁ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ବରାଳ, ପ୍ରଣିତା ପଟ୍ଟନାୟକ, ଅନୁରାଧା ସାମନ୍ତରାୟ, ଲିପ୍ସା ପାଣିଗ୍ରାହୀ, ସୁଚିତ୍ରା ମନ୍ତ୍ରୀ, ରୋଜାଲିନ ସାହୁ, ଶିକ୍ଷକ ସୁଦାମ ଖଟୁଆ, ପ୍ରଶାନ୍ତ ବାରିକ, ଦିଲ୍ଲିପ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବାଙ୍କୀ ମାଟିର ଗୌରବ ମହାନ ବିପ୍ଲବୀଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories