www.samajalive.in
Saturday, December 6, 2025
26.1 C
Bhubaneswar

୬ ମାସରେ ପାକିସ୍ତାନରେ ୨ ହଜାରରୁ ଅଧିକ ଶିଶୁ ନିର୍ଯାତନା ମାମଲା ପଞ୍ଜିକୃତ: ରିପୋର୍ଟ

ଡେସ୍କ: ଗତ ୬ ମାସ ମଧ୍ୟରେ ପାକିସ୍ତାନରେ ୨ ହଜାରରୁ ଅଧିକ ଶିଶୁ ନିର୍ଯାତନା ମାମଲା ରୁଜୁ ହୋଇଥିବା ଜଣାପଡିଛି ଯାହା ସେଠାରେ ମାନବିକ ଅଧିକାରର ଭୟଙ୍କର ପରିସ୍ଥିତି ବିଷୟ ଉଜ୍ଜୀବିତ କରିଛି। ଗତ ଛଅ ମାସ ମଧ୍ୟରେ ଉଭୟ ବାଳକ ଏବଂ ବାଳିକାଙ୍କ ସହ ଘଟିଥିବା ପ୍ରାୟ ୨ ହଜାର ୨୧୧ ନିର୍ଯାତନା ମାମଲା ପଞ୍ଜିକୃତ ହୋଇଥିଛି। ଏହି ଯୌନ ଶୋଷଣ ସମ୍ପର୍କିତ ତଥ୍ୟ ୭୯ଟି ଖବରକାଗଜରୁ ସଂଗ୍ରହ କରାଯାଇଥିବା ଜଣାପଡିଛି। ନ୍ୟୁଜ୍ ଇଣ୍ଟରନ୍ୟାସନାଲ୍ ରିପୋର୍ଟ କରିଛି ଯେ ଅଧିକାଂଶ ମାମଲା ବଳାତ୍କାର, ଯୌନ ଦୁର୍ବ୍ୟବହାର ଏବଂ ଅପହରଣ ଭଳି ଶ୍ରେଣୀଭୁକ୍ତ ହୋଇପାରିବ। ପାକିସ୍ତାନରେ ଶିଶୁ ନିର୍ଯାତନାର ବ୍ୟାପକତା ଦେଶରେ ଚିନ୍ତାର କାରଣ ପାଲଟିଛି।

ନ୍ୟୁଜ୍ ଇଣ୍ଟରନ୍ୟାସନାଲ୍ ରିପୋର୍ଟ କରିଛି ଯେ ମହିଳା ଯୌନ ଶୋଷଣ ମାମଲା ପୁରୁଷଙ୍କ ତୁଳନାରେ ଅଧିକ। ମୋଟ ୨୨୧୧ ପିଲାଙ୍କ ମଧ୍ୟରୁ ୧୦୦୪ ଜଣ ବାଳକ ଏବଂ ୧୨୦୭ ଜଣ ବାଳିକା ଅଛନ୍ତି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରାୟ ୮୦୩ ବାଳକ ଓ ବାଳିକା ଅପହରଣ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ୨୯୮ ଜଣ ବାଳକ ଏବଂ ୨୪୩ ଜଣ ବାଳିକା ଥିଲେ, ଯେଉଁମାନେ ବଳାତ୍କାର କିମ୍ବା ସୋଡୋମାଇଜ ହୋଇଥିବା ଅଭିଯୋଗ ହୋଇଛି। ୪୧ ଜଣ ବାଳିକା ଏବଂ ୮୭ ଜଣ ବାଳକ ମଧ୍ୟ ଶାରୀରିକ ନିର୍ଯାତନାର ଶିକାର ହୋଇଥିବା ଏନଜିଓ ରିପୋର୍ଟରେ ଦର୍ଶାଯାଇଛି।

- Advertisement -

ପଞ୍ଜାବରେ ୧୫୬୪ଟି ମାମଲା, ସିନ୍ଧରେ ୩୩୮ଟି ମାମଲା, ଇସଲାମାବାଦରେ ୧୯୯ଟି ମାମଲା, କେପିକେରେ ୭୭ଟି ମାମଲା ଏବଂ ବଲୁଚିସ୍ତାନରେ ୨୩ଟି ମାମଲା ଓ ଆଜାଦ ଜାମ୍ମୁ କାଶ୍ମୀରରେ ୧୦ଟି ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି।ଏଥିରେ ପାଖାପାଖି ୫୨% ସହରାଞ୍ଚଳରୁ ଏବଂ ୪୮% ମାମଲା ଗ୍ରାମାଞ୍ଚଳରୁ ଆସିଛି। ହ୍ୟୁମାନ୍ ରାଇଟ୍ସ ୱାଚ୍ ଏହାର ବାର୍ଷିକ ବିଶ୍ୱ ରିପୋର୍ଟ ୨୦୨୨ରେ ପାକିସ୍ତାନରେ ପିଲାମାନଙ୍କ ସହ ମହିଳାଙ୍କ ପ୍ରତି ବ୍ୟାପକ ଅଧିକାରର ଉଲ୍ଲଂଘନ ଅଭିଯୋଗ ଆଣିଛି। ବିଶ୍ୱ ସ୍ଥରରେ ମହିଳା, ଶାନ୍ତି ଏବଂ ସୁରକ୍ଷା ସୂଚକାଙ୍କରେ ପାକିସ୍ତାନ ୧୭୦ଟି ଦେଶ ମଧ୍ୟରୁ ୧୬୭ତମ ସ୍ଥାନରେ ରହିଛି। ଗତ ବର୍ଷ ପାକିସ୍ତାନ ୧୫୩ ତମ ସ୍ଥାନରେ ରହିଥିଲା।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories