www.samajalive.in
Thursday, December 11, 2025
13.1 C
Bhubaneswar

ଶୁଖିଲା ପଡ଼ିଛି ଅଂଶୁପା ନୈାକା ବିହାର ସ୍ଥଳୀ, ପର୍ଯ୍ୟଟକ ନିରାଶ

ବାଙ୍କୀ: ପ୍ରାକୃତିକ ଶୋଭା ବିମଣ୍ଡିତ ବାଙ୍କୀ ସରଣ୍ଡାଗଡ଼ ପାହାଡ ପାଦଦେଶରେ ଥିବା ପ୍ରାକୃତିକ ଶୀତଳ ମଧୁର ହ୍ରଦ ଅଂଶୁପା। ଏସିଆ ମହାଦେଶର ଏହି ହ୍ରଦ ଦ୍ୱିତୀୟ ବୃହତମ ମଧୁର ହ୍ରଦର ମାନ୍ୟତା ପାଇଛି। କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡର ପ୍ରାକୃତିକ ପର୍ଯ୍ୟଟନ ମାନଚିତ୍ରରେ ଏହି ହ୍ରଦର ନାମ ଉର୍ଦ୍ଧରେ। ଅଂଚଳର ଜୀବନ ଜୀବିକା ସହିତ ବହୁ ପର୍ଯ୍ୟଟକଙ୍କୁ ଆମୋଦ ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ମଧୁର ହ୍ରଦ ଅଂଶୁପା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳ ଧାରଣ କ୍ଷମତା ହରାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସି.ଡି.ଏ)ଙ୍କ ଦ୍ୱାରା ପରିଚାଳିତ ଅଂଶୁପାର ସୌନ୍ଦର୍ଯ୍ୟକରଣ ସହିତ ପ୍ରାକୃତିକ ବିବିଧତାରକ୍ଷା ଏବଂ ପ୍ରାକୃତିକ ଉଦ୍ୟାନର ସୌନ୍ଦର୍ଯ୍ୟବୃଦ୍ଧିରେ ବେଶ ସହାୟ ହୋଇପାରିଛି।

ବର୍ଷର ବିଭିନ୍ନ ସମୟରେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଥିବା ଭଳି ବ୍ୟବସ୍ଥା ବେଶ୍‍ ଆକର୍ଷଣୀୟ। ମାତ୍ର ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମରେ ବିଶେଷ କରି ନୈାକା ବିହାର ମଜ୍ଜା ଭରୁଥିବା ସ୍ଥଳଟି ଏବେ ପାଣି ଶୁଷ୍କ ହୋଇଛି। ପଙ୍କ,କାଦୁଅରେ ସ୍ଥଳୀଟି ଭତ୍ତି ହୋଇଛି। ପ୍ରଭାବରେ ପରିସୀମା ମଧ୍ୟରେ ନୈାକା ଚାଳନା କରିବା ସମ୍ଭବ ହୋଇନାହିଁ। ପର୍ଯ୍ୟଟକଙ୍କୁ ଅଧିକ ମାତ୍ରାରେ ଆମୋଦ ପ୍ରଦାନ କରୁଥିବା ନୈାକା ବିହାର(ବୋଟିଂ) ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ପଦଚାଳିତ ୧୩ ଗୋଟି ଏବଂ ଯନ୍ତ୍ର ଚାଳିତ ୩ ଗୋଟି କରି ମୋଟ୍‍ ୧୬ ଗୋଟି ବୋଟ୍‍ ଶୁଖିଲା ମାଟିରେ ପଡ଼ି ରହିଛି। ଆଗକୁ ରଜ। ଅଂଶୁପାର ପ୍ରାକୃତିକ ଉଦ୍ୟାନ,ପରିବେଶ,ଓାଚ୍‍ ଟାଓାର,ଶିଶୁ ମିନିପାର୍କ,ଦୋଳି ଓ ଅନ୍ୟାନ୍ୟ ସୁବିଧା ସୁଯୋଗକୁ ଆକର୍ଷଣୀୟ କରାଯାଇ ରଜ ଅବସରରେ ସ୍ୱତନ୍ତ୍ର ମନୋରଂଜନ କରାଇବାର ବ୍ୟବସ୍ଥା କରାଯାଇଥିଲା ବେଳେ ନୈାକା ବିହାର ପାଇଁ ବ୍ୟବସ୍ଥା ନାହିଁ। ପ୍ରାୟ ୧୦ ଏକର ପରିମିତ ସ୍ଥାନରେ ମାତ୍ର ୩ଫୁଟର ପାଣି ଯାହାକି ଡଙ୍ଗା ଚଳନ ପାଇଁ ସମସ୍ୟା ହୋଇଛି।

- Advertisement -

ନୈାକା ବିହାର ପାଇଁ ସୁବିଧା ବନ୍ଦ ରହିଥିବାରୁ ରଜ ଅବସରରେ ପର୍ଯ୍ୟଟକ ମାନଙ୍କୁ ଏହା ନିରାଶ କରୁଥିବା ପର୍ଯ୍ୟଟକ ମାନେ କହିଛନ୍ତି। ସୂଚନା ଅନୁଯାଇ ବର୍ତ୍ତମାନ ଅଂଶୁପା ହ୍ରଦ ପରିସୀମା ହ୍ରାସ ପାଇଁ ପ୍ରାୟ ୨୩୧ ହେକ୍ଟର ପରିମିତ ସ୍ଥାନରେ ଜଳରାଶି ଆଚ୍ଛାଦିତ କରିଛି। ପୂର୍ବରୁ ଏହାର ପରିସୀମା ପ୍ରାୟ ୭୮୫ ହେକ୍ଟର ରହିଥିଲା। ଜବର ଦଖଲ ଏବଂ ମାଟି,ପଙ୍କ,ଦଳ ପୋତି କ୍ରମଶଃ ଏହାର ସୀମା ଯଥେଷ୍ଟ କମିଯିବା ପରିବେଶ ପ୍ରେମୀକୁ ବ୍ୟଥିତ କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ସୌନ୍ଦର୍ଯ୍ୟକରଣ ଏବଂ ଦଳ ସଫେଇ କରାଯାଉଥିଲେ ମଧ୍ୟ ପୋତି ହୋଇଥିବା ଅଂଶୁପାର ପଙ୍କ ଉଦ୍ଧାର କରାଯାଉ ନଥିବାରୁ ଅଂଶୁପା ପ୍ରତି ସଂକଟ ବଢ଼ୁଥିବା ସ୍ଥାନୀୟ ବୁଦ୍ଧିଜୀବି କହିଛନ୍ତି। ପର୍ଯ୍ୟଟକ ମାନଙ୍କୁ ଆକର୍ଷଣୀୟ ସୁବିଧା ଯୋଗାଇବା ବର୍ତ୍ତମାନର ବଉଁଶ ବ୍ୟାରିକେଟ୍‍ ଚିହ୍ନିତ ନୈାକା ବିହାର ଅଂଚଳକୁ ଆଗାମୀ ଦିନରେ ଗଭୀର ପଙ୍କ ଉଦ୍ଧାର କରାଯାଇ ପାରିଲେ ପର୍ଯ୍ୟଟକ ମାନଙ୍କୁ ନୈାକାବିହାର ମଜା ପହଁଚାଇବା ନିମନ୍ତେ ଯଥେଷ୍ଟ ହେବ। ଏଥିପ୍ରତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହିତ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଆସୁଥିବା ପର୍ଯ୍ୟଟକ ମାନେ ଦାବି ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories