www.samajalive.in
Tuesday, December 9, 2025
26.1 C
Bhubaneswar

ଶିକ୍ଷାନୁଷ୍ଠାନ ରାସ୍ତାରେ ଭାରିଯାନ ଚଳାଚଳ ବିଦ୍ୟାର୍ଥୀଙ୍କ ପାଇଁ ବିପଦପୂର୍ଣ୍ଣ

ଆଠଗଡ଼: ଆଠଗଡ଼ରୁ ମୁଣ୍ଡଳି ଯିବା ରାସ୍ତାରେ ସହରର ଅନେକ ଶିକ୍ଷାନୁଷ୍ଠାନ ରହିଥିବା ରାସ୍ତାରେ ବହୁ ଭାରିଯାନ ଏବଂ ଦ୍ରୁତଗତିରେ ଯାଉଥିବା ୪ଚକିଆ ଯାନ ବିଦ୍ୟାର୍ଥୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଛି। ଚାନ୍ଦବାଲିଛକଠାରୁ ରାଧାଗୋବିନ୍ଦପୁର ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବରେ ରାସରସିକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟ, ଗୋପବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ରହିଛି। ସେହିପରି ସେହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ମହାତ୍ମା ଗାନ୍ଦୀ ଇଂଲିଶ ମାଧ୍ୟମ ବିଦ୍ୟାଳୟ ସମେତ ଏଖ ଘରୋଇ +୨ କଲେଜ ରହିଛି। ଏହି ସବୁ ଶିକ୍ଷାନୁଷ୍ଠାନକୁ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ସାଇକେଲ ଓ ଚାଲିଚାଲି ସେହି ରାସ୍ତାରେ ଯିବାଆସିବା କରିଥାନ୍ତି। ସେହି ରାସ୍ତାରେ ପ୍ରତିଦିନ ଅତିକମରେ ୨ହଜାରରୁ ଉର୍ଦ୍ଧ ଭାରିଯାନ ଓ ଚାରିଚକିଆ ଯାନବାହାନ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ପଶ୍ଚିମାଞ୍ଚଳର ଅନ୍ୟାନ୍ୟ ସହରକୁ ଯାତାୟତ କରିଥାନ୍ତି।

ରାସରସିକପୁର ସ୍କୁଲର ସମ୍ମୁଖରେ ଯାଇଥିବା ଏହି ରାସ୍ତାରେ ପୂର୍ତ୍ତବିଭାଗ ପକ୍ଷରୁ ୨ଟିସ୍ଥାନରେ ଛୋଟ ଛୋଟ ହମ୍ପସ୍‍ ତିଆରି ହୋଇଥିଲା। ତେବେ ସଂପୃକ୍ତ ହମ୍ପସ୍‍ ଗୁଡିକ ଅତିକମ୍‍ ଉଚ୍ଚତା ବିଶିଷ୍ଟ ହୋଇଥିବାବେଳେ ସେଗୁଡିକରୁ ଏବେ ପିଚୁ ଉଠିଯାଇ ରାସ୍ତା ସହିତ ସମାନ ହୋଇଯାଇଛି। ସେଠାରେ ଗାଡିମଟର ଅତି ଦ୍ରୁତଗତିରେ ଯିବାଆସିବା କରୁଥିବାରୁ ରାସରସିକପୁର ସ୍କୁଲର କୋମଳମତି ବିଦ୍ୟାର୍ଥୀ ଏବଂ ଅନ୍ୟାନ୍ୟ ସ୍କୁଲ କଲେଜକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସବୁବେଳେ ବିପଦ ଆଶଙ୍କା ରହୁଛି। ପ୍ରତିଦିନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପାଠକ ସମ୍ମୁଖରେ ଠିଆ ହୋଇ କୋମଳମତି ବିଦ୍ୟାର୍ଥୀଙ୍କୁ ରାସ୍ତାପାର କରାଉଥିବା ଦେଖାଯାଉଛି। ଯେ ପର୍ଯ୍ୟନ୍ତ ଆଠଗଡ଼ ସହର ବାହାରେ ବାଇପାସ ରାସ୍ତା ନିର୍ମାଣ ନହୋଇଛି ଅନ୍ୟ ବିକଳ୍ପ ନଥିବାରୁ ସେ ପର୍ଯ୍ୟନ୍ତ ସେହି ରାସ୍ତାରେ ଆନ୍ତଃଜିଲ୍ଲା ଗାଡିମଟର ଯାତାୟତ କରିବ। ତେଣୁ ବିଦ୍ୟାର୍ଥୀଙ୍କ ସୁରକ୍ଷା ପାଇଁ ସେହି ରାସ୍ତାରେ ବିଶେଷକରି ଶିକ୍ଷାନୁଷ୍ଠାନଗୁଡିକ ନିକଟରେ ଏବଂ ବିଦ୍ୟୁତ ବିଭାଗ ଛକ ବୁଲାଣି ରାସ୍ତାର ଉଭୟ ପାର୍ଶ୍ବରେ ସଠିକ ଉଚ୍ଚତା ବିଶିଷ୍ଟ ହମ୍ପସ୍‍ ନିର୍ମାଣ କରିବା ଓ ଗତି କମାଇବା ପାଇଁ ସୂଚନାଫଳକ ଲଗାଇବା ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories