www.samajalive.in
Saturday, December 13, 2025
14.1 C
Bhubaneswar

ସମସ୍ୟା ଘେରରେ ମାଳବିହାରପୁର ସରକାରୀ ଉଚ୍ଚ ବିଦ୍ୟାଳୟ

ବାଙ୍କୀ:ବାଙ୍କୀ ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧିନ ବର୍ତ୍ତମାନର ମାଳବିହାରପୁର ଉଚ୍ଚ ବିଦ୍ୟାଳୟ। ୧୯୩୯ ମସିହାରେ ଏହି ଅଂଚଳର ଶିକ୍ଷା ପ୍ରଦୀପକୁ ଜାଳିବା ପାଇଁ ଆରମ୍ଭ ହୋଇଥିଲା ଏକ ପ୍ରାଥମିକ ବିଦ୍ୟାଳୟ। ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢିବାର ବ୍ୟବସ୍ଥା ଥିଲା। ପରେ ପରେ ୬ଷ୍ଠ,୭ମ ଏବଂ ୨୦୧୧ ମସିହାରେ ଏଠାରେ ୮ମରୁ ୧୦ମ ଶ୍ରେଣୀ ଅନୁରୂପ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଅଧୁନା ବହୁ ପୁରାତନ ୮୩ ବର୍ଷର ଶିକ୍ଷାନୁଷ୍ଠାନରେ ଆଶାଜନକ ଭିତ୍ତିଭୂମିର ବିକାଶ ହୋଇନାହିଁ। ୨୦୦୩ ମସିହାରୁ ଏହି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବାରୁ ଶିକ୍ଷା ଓ ପ୍ରଶାସନିକ ବ୍ୟବସ୍ଥା ଭୁଷୁଡି ପଡିଛି। ବିଦ୍ୟାଳୟର ପୁରୁଣା ୩ ବଖରା ଆଜବେଷ୍ଟ ଘର ବିପଦସଂକୁଳ ଘୋଷିତ ହୋଇଥିଲେ ମଧ୍ୟ ଶ୍ରେଣୀଗୃହ ଅଭାବରୁ ଏହି ଘରେ ମଧ୍ୟ ପିଲାଏ ପଢୁଛନ୍ତି ପାଠ। ପ୍ରଥମ ରୁ ଦଶମ ଶ୍ରେଣୀ ପାଇଁ ୧୦ ଗୋଟି କଠୋରୀ ଆବଶ୍ୟକ ଥିଲା ବେଳେ ୫ଟି ପ୍ରକୋଷ୍ଠରେ ପିଲାଏ ପଢୁଛନ୍ତି ପାଠ। ୪ର୍ଥ ଓ ୫ମ ଶ୍ରେଣୀ ପିଲାଏ ବିପଦ ସଙ୍କୁଳ ଆଜବେଷ୍ଟ ଘରେ ପଢୁଥିବା ବେଳେ ୩ୟ ଶ୍ରେଣୀ ପିଲାଏ ଘର ଅଭାବରୁ ବିଦ୍ୟାଳୟ ବାରଣ୍ଡାରେ ପାଠ ପଢୁଛନ୍ତି। ସେହିପରି ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଏ ଯୁଗ୍ମ ଭାବରେ ଗୋଟିଏ ପ୍ରକୋଷ୍ଠରେ ପାଠପଢୁଛନ୍ତି। ଘର ଅଭାବ ହେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ପ୍ରକୋଷ୍ଠରେ ୬ଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ଶିକ୍ଷକ ମାନଙ୍କର ଅଣଦେଖା ହେତୁ ଶ୍ରେଣୀ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ପାଇଁ ଗଦା ହୋଇଥିବା ଜାଳେଣି କାଠ ଭିତର ଦେଇ ପିଲାଏ ଶ୍ରେଣୀ ଗୃହକୁ ପ୍ରବେଶ କରି ପାଠପଢିବା ସଂକଟଜନକ ବୋଲି ଅଭିଭାବକ ମହଲରୁ ଅଭିଯୋଗ ଆସୁଛି।

 

- Advertisement -

ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସୂଚନା ଅନୁଯାଇ ମାଳବିହାରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୧ମ ଶ୍ରେଣୀରେ ୨୨ ଜଣ,୨ୟ ଶ୍ରେଣୀରେ ୧୯ଜଣ,୩ୟ ଶ୍ରେଣୀରେ ୨୨,୪ର୍ଥ ଶ୍ରେଣୀରେ ୨୭,୫ମ ଶ୍ରେଣୀରେ ୩୧,୬ଷ୍ଠ ଶ୍ରେଣୀରେ ୩୯,୭ମ ଶ୍ରେଣୀରେ ୪୨,୮ମ ଶ୍ରେଣୀରେ ୩୪,୯ମ ଶ୍ରେଣୀରେ ୪୧ ଓ ୧୦ମ ଶ୍ରେଣୀରେ ୪୫ଜଣ କରି ମୋଟ ୩୨୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶ୍ରେଣୀଗୃହ ଅଭାବରୁ ସମସ୍ତଙ୍କୁ ପାଠପଢାଇବା ସମସ୍ୟା ହୋଇପଡିଛି। ବିଦ୍ୟାଳୟର ଖେଳପଡିଆ ନଥିବାରୁ ଛାତ୍ରଛାତ୍ରୀ ମାନେ ଖେଳକୁଦରୁ ବଂଚିତ ହେଉଛନ୍ତି। ବିଦ୍ୟାଳୟରେ ପରିମଳ ବ୍ୟବସ୍ଥା ସୁଧାର ଥିଲେ ବି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାଧାରଣ ବୈଠକି ରୁମ୍ ନଥିବା ହେତୁ ରୋଷେଇ ଗୃହ ପାଇଁ ଉର୍ଦ୍ଦିଷ୍ଟ ପ୍ରକୋଷ୍ଠକୁ ଶିକ୍ଷକ ବୈଠକ ଗୃହ ଭାବେ ବ୍ୟବହାର ହେଉଛି। ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ପୁରୁଣା ବିପଦ ସଙ୍କୁଳ ଆଜବେଷ୍ଟ ଘରେ କରାଯାଉଛି। ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣର ବ୍ୟବସ୍ଥା କରା ନଗଲେ ପାଠପଢା ନେଇ ଆଗାମୀ ଦିନରେ ଜଟିଳ ସମସ୍ୟା ଘେରିବାର ଆଶଙ୍କା ବଢିଛି। ପ୍ରତିବର୍ଷ ବିଦ୍ୟାଳୟକୁ ବ୍ଲକ ଶିକ୍ଷାଅଧିକାରୀ ଓ ବହୁ ଉଚ୍ଚ ପଦାଧିକାରୀ ପରିଦର୍ଶନରେ ଆସୁଥିଲେ ମଧ୍ୟ ବିଦ୍ୟାଳୟର ମୈାଳିକ ସମସ୍ୟା ପ୍ରତି ସମାଧାନର ରାସ୍ତା ଫିଟୁ ନାହିଁ। ବିଦ୍ୟାଳୟଟିର ଶ୍ରେଣୀଗୃହ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ବିପଦ ସଙ୍କୁଳ ପୁରୁଣା ଆଜବେଷ୍ଟ ଘର ଭାଙ୍ଗି ୩ବଖରା ନୂତନ ଶ୍ରେଣୀଗୃହ ନିର୍ମାଣ କରିଲେ ବିଦ୍ୟାଳୟର ଶ୍ରେଣୀଗୃହ ସମସ୍ୟା ଦୂରହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories