www.samajalive.in
Friday, December 12, 2025
17.1 C
Bhubaneswar

ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ- ଜଳ ଓ ପରିମଳ ସମସ୍ୟା ସମାଧାନକୁ ଗୁରୁତ୍ବ

ରେଙ୍ଗାଲିକ୍ୟାମ୍ପ: ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ସଭାପତିତ୍ବରେ ଆଜି ବ୍ଲକ କାର୍ୟ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବନାଥ ସାହୁ ଓ ଅତିରିକ୍ତ ବ୍ଲକ ଅଧ୍ୟକ୍ଷ ଅନନ୍ତ ମେହେର ମଞ୍ଚାସିନ ଥିଲେ । ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ଏହି ଦ୍ବିତୀୟ ବୈଠକରେ ଜଳ ଓ ପରିମଳ ବ୍ୟବସ୍ଥା ମୁଖ୍ୟ ପ୍ରସଙ୍ଗ ରହିଥିଲା। ଜଳ ଓ ପରିମଳ ବ୍ୟବସ୍ଥା ଉପରେ ରହିଥିବା ସମସ୍ୟା ଗୁଡ଼ିକ ଉତ୍ଥାପନ କରାଯାଇ ତାର ସୁସମାଧାନ ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିପାଇଁ ରହିଥିବା ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ, ଜଳ ଜୀବନ ମିଶନ, ଅମୃତ ସରୋବର ମିଶନ ମାଧ୍ୟମରେ ପ୍ରତି ଗ୍ରାମ ମାନଙ୍କରେ ଜଳ ପରିମଳ ବ୍ୟବସ୍ଥା କିପରି କରାଯାଇ ପାରିବ ସେ ଉପରେ ଜିଲା ପରିମଳ ପରାମର୍ଶ ଦାତା ମଧୁସୂଦନ ସେଠୀ ଓ ଅସିତ୍ କୁମାର ପାତ୍ର ଉପସ୍ଥାପନ କରିଥିଲେ । ମାର୍ଚ୍ଚ ୩୧ ,୨୦୨୩ ମସିହା ସୁଦ୍ଧା ସମସ୍ତ ଗ୍ରାମକୁ ବାହ୍ୟ ମଳମୁକ୍ତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି । ତେଣୁ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମମାନଙ୍କରେ କଠିନ ଓ ତରଳ ବର୍ଜ୍ୟ ବସ୍ତୁର ସୁପରିଚାଳନା, ଶୌଚାଳୟ ନିର୍ମାଣ ଆଦି କରାଯାଇ ଗ୍ରାମର ପରିମଳ ବ୍ୟବସ୍ଥାକୁ ଠିକ କରାଯାଇ ପାରିବ। ଏଥିପାଇଁ ସମସ୍ତ ଗ୍ରାମକୁ ଓ ଡିଏଫ୍ ପ୍ଲସ କରାଯାଇ ପଞ୍ଚାୟତ କାର୍ୟ୍ୟାଳୟ,ଗାଆଁ ସାପ୍ତାହିକ ବଜାର ପ୍ରାଙ୍ଗଣ, ତଥା ଗାଆଁ ମାନଙ୍କରେ ଶୌଚାଳୟ ନିର୍ମାଣ କରାଯିବ ବୋଲି ଜଣାପଡିଛି । ଏହି ଶୌଚାଳୟ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭ ହଜାର ୨୦୦ ଟଙ୍କା (୬୦% ) ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ହଜାର ୮୦୦ ଟଙ୍କା(୪୦ %) ଅର୍ଥରାଶି ବହନ କରିବେ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ପ୍ରତି ଗ୍ରାମ ମାନଙ୍କରେ କମ୍ୟୁନିଟି କେନ୍ଦ୍ର ଖୋଲାଯିବା ସହ ପରିମଳ କମିଟି ଗଠନ କରାଯିବ।

 

- Advertisement -

ଉକ୍ତ କମିଟି ଗ୍ରାମବାସୀଙ୍କୁ ସଚେତନ କରିବ। ସହ ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦେବେ। ସମସ୍ତ ଘରୁ ବାହାରୁଥିବା ବିଭିନ୍ନ ଆବର୍ଜନାକୁ ଅଲଗା ଅଲଗା ଆବର୍ଜନା କୁଣ୍ଡରେ ଲୋକେ ପକାଇବେ, ପଞ୍ଚାୟତରେ ରହିଥିବା ଆବର୍ଜନା ସଂଗ୍ରହ ଗାଡ଼ି ଯାଇ ଉକ୍ତ ଆବର୍ଜନା ସଂଗ୍ରହ କରିବ ,ଯାହା ଦ୍ୱାରା କଠିନ ଓ ତରଳ ବର୍ଜ୍ୟବସ୍ତୁର ସୁପରିଚାଳନା ରେ ସୁବିଧା ହେବା ସହ ପରିବେଶ ସ୍ୱଚ୍ଛ ରହିବ। ଏହା ବ୍ୟତୀତ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ଅମୃତ ସରୋବର ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଗ୍ରାମରେ ନୂତନ ପୋଖରୀ ଖନନ ତଥା ଅବ୍ୟବହୃତ ହୋଇ ପଡ଼ି ରହିଥିବା, ପୋତି ହୋଇ ଯାଇଥିବା ପୋଖରୀକୁ ପୁନରୁଦ୍ଧାର କରାଯାଇ ସେଥିରେ ବର୍ଷାଜଳ ସଂରକ୍ଷଣ ସହ ପୁନଃ ବ୍ୟବହାର କରାଯିବ। ଏଥିପାଇଁ ଅତାବିରା ବ୍ଲକକୁ ୫ଟି ପୋଖରୀ ଖନନ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ଆସିଥିବା ଜଣାପଡିଛି। ଏହା ବ୍ୟତୀତ ପ୍ରତି ସ୍କୁଲ୍, କଲେଜ, ଅଙ୍ଗନୱାଡି କେନ୍ଦ୍ରରେ ଓ ଗାଆଁ ରେ ବହି ଯାଉଥିବା ପାଣି ପାଇଁ ସକପିଟ ବ୍ୟବସ୍ଥା କରାଯାଇ ଭୂତଳ ଜଳ ସ୍ଥରକୁ ମଧ୍ୟ ବୃଦ୍ଧି କରାଯିବ ବୋଲି ସରକାରଙ୍କ ଯୋଜନା ରହିଛି। ଆଗାମୀ ଦିନରେ ଜଳ ସଙ୍କଟକୁ ଏଡାଇବାକୁ ହେଲେ ସମସ୍ତ ଜନସାଧାରଣ ସଚେତନ ହେବା ଦରକାର ବୋଲି ଆହ୍ବାନ ଦିଆଯାଇଛି।ଏହି ଅନୁକ୍ରମେ ସମସ୍ତ ସରପଞ୍ଚ,ସମିତି ସଭ୍ୟ ମାନେ ନିଜ ନିଜ ଅଞ୍ଚଳରେ କାର୍ୟ୍ୟ ର ତଦାରଖ କରିବେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ କହିଥିଲେ । ଏହି ବୈଠକରେ ବିଧାୟିକା ପ୍ରତିନିଧି ଗଣେଶ ସାହୁ, ଜିଲା ପରିଷଦ ସଭ୍ୟ ସୁଦାମ ଜାଲ , ରଞ୍ଜିତ ସାହୁ ତଥା ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ଧନ୍ୟବାଦ୍ ଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories