ବାଙ୍କୀ: ଶୁକ୍ରବାର ଦିନ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବାଙ୍କୀର ୨୦ଟି ପଞ୍ଚାୟତ ଓ ଡମପଡ଼ାର ୧୭ଗୋଟି ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଡମପଡ଼ା ବ୍ଲକର ହରିରାଜପୁର ପଞ୍ଚାୟତରେ ପ୍ରତିଦ୍ୱନ୍ଦିତା କରି ନାଏବ ସରପଞ୍ଚ ଭାବରେ ସୁଜାତା ସ୍ୱାଇଁ, ଭଗିପୁର ପଞ୍ଚାୟତରେ ସଞ୍ଜୁକ୍ତା ସାହୁ, ଢଁସର ପଞ୍ଚାୟତରେ ରବୀନ୍ଦ୍ର ବିଶ୍ୱାଳ, ବାଁଆରା ପଞ୍ଚାୟତରେ ପିୟଙ୍କା ପ୍ରିୟଦର୍ଶିନୀ ରାଉତ, ଶିମିଳିପୁର ପଞ୍ଚାୟତରେ ଇନ୍ଦୁମତି ସେଠୀ, ତାଳବସ୍ତ ପଞ୍ଚାୟତରେ ଗଦାଧର ବସ୍ତି, ତୂଳସୀପୁର ପଞ୍ଚାୟତରେ ବିଳାସିନୀ ସାହୁ ନାଏବ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି।
ସେହିପରି କୁଶପଙ୍ଗି ପଞ୍ଚାୟତରେ ରଞ୍ଜିତା ସ୍ୱାଇଁ, ନରଗାଙ୍ଗ ପଞ୍ଚାୟତରେ ପ୍ରସନ୍ନ କୁମାର ମହାପାତ୍ର, ଦୁର୍ଗାପୁର ପଞ୍ଚାୟତରେ ସନ୍ତୋଷ କୁମାର ମହାଭୋଇ, ବିଲିପଡ଼ା ପଞ୍ଚାୟତରେ ସରୋଜ କୁମାର ସାହୁ, ରଗଡ଼଼ି ପଞ୍ଚାୟତରେ ଭାଗିରଥି ବେହେରା, ଗୋପାଳପୁର ପଞ୍ଚାୟତରେ ନିତ୍ୟାନନ୍ଦ ସାହୁ, ଗୋବିନ୍ଦପୁରରେ ବିଭୂତିଭୂଷଣ ଦାସ, ପାଥପୁରରେ ବିମଳ ବେହେରା, ଦୁଲଣାପୁରରେ ସନ୍ତୋଷ କୁମାର ନାୟକ ଏବଂ ଡମପଡ଼ା ପଞ୍ଚାୟତରେ ନରେଶ ଚନ୍ଦ୍ର ବେହେରା ନିଦ୍ୱନ୍ଦରେ ନାୟକ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି।
ସେହିପରି ସୂଚନା ଅନୁଯାୟୀ ବାଙ୍କୀ ବ୍ଲକର କାଳିପୋଇ ପଞ୍ଚାୟତରେ ଝୁନୁଲତା ସେଠୀ, ସୁବର୍ଣ୍ଣପୁର ପଞ୍ଚାୟତରେ ବିନୋଦିନୀ ବେହେରା, ବନ୍ଦାଳ ପଞ୍ଚାୟତରେ ମଧୁସ୍ମିତା ସାହୁ, ବରପୁଟରେ ସରୋଜିନୀ ନାୟକ, ଓସ୍ତିଆ ପଞ୍ଚାୟତରେ ସୁମିତ୍ରା ରାଉତ ପ୍ରମୁଖ ପ୍ରତିଦ୍ୱନ୍ଦିତାର ସହିତ ନାଏବ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି। ବୈଦେଶ୍ୱର ପଞ୍ଚାୟତର ତପସ୍ୱିନୀ ସର୍ଦ୍ଦାରସିଂ, କଦଳୀବାଡି ପଞ୍ଚାୟତରେ ଗଗନ ବିହାରୀ ସାହୁ, ନୂଆଗାଁ ପଞ୍ଚାୟତରେ ତୃପ୍ତିରଞ୍ଜନ ପଣ୍ଡା, ବାଉଁଶପୁଟ ପଞ୍ଚାୟତରେ ନଳିନୀପ୍ରଭା ରାଉତ, କନ୍ତପହଁରା ପଞ୍ଚାୟତରେ ରଞ୍ଜୁଲତା ସାହୁ, ପୁଇଁଚା ପଞ୍ଚାୟତରେ ଝୁନୁ ପ୍ରଧାନ, ବଳଭଦ୍ରପୁର ପଞ୍ଚାୟତରେ କାହ୍ନୁ ନିଶଙ୍କ, କେନ୍ଦୁପଲ୍ଲୀ ପଞ୍ଚାୟତରେ ଭାରତୀ ବେହେରା, ଅନୁୟାରୀ ପଞ୍ଚାୟତରେ ସୁରେଶ ଦେହୁରୀ, ଜଗନ୍ନାଥପୁର ପଞ୍ଚାୟତରେ ଉର୍ମିଳା ବିଶ୍ୱାଳ, ରତାଗଡ଼ ପଞ୍ଚାୟତରେ ସୁରେସେନ ବେହେରା, ବ୍ରହ୍ମପୁରା ପଞ୍ଚାୟତରେ ନବୀନ ସେନାପତି, କଳାପଥରରେ କିଶୋର ପ୍ରଧାନ, ଗୋଳାଗଣ୍ଡରେ ସୌଦାମିନୀ ପ୍ରଧାନ ଏବଂ କିଆପଲ୍ଲା ପଞ୍ଚାୟତରେ ସତ୍ୟଭାମା ମୁଦୁଲି ପ୍ରମୁଖ ନିଦ୍ୱନ୍ଦରେ ନାଏବ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି। ଉଭୟ ବ୍ଲକର ଗ୍ରାମପଞ୍ଚାୟତର ସମ୍ପ୍ରସାରଣ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପରିଚାଳନାରେ ନାଏବ ସରପଞ୍ଚ ନିର୍ବାଚନ କାର୍ଯ୍ୟ ସଞ୍ଚାଳିତ ହୋଇଥିଲା।



