www.samajalive.in
Saturday, December 6, 2025
16.1 C
Bhubaneswar

ରାଷ୍ଟ୍ରପତି ପଦକ ପାଇବେ ଆସିଷ୍ଟାଣ୍ଟ ସବ୍‌ଜେଲର

ବାଙ୍କୀ:ବାଙ୍କୀ ଉପଖଣ୍ଡ ଉପକାରାଗାରର ଆସିଷ୍ଟାଣ୍ଟ୍ ସବ୍‌ଜେଲର୍ ସରୋଜ କୁମାର ଲେଙ୍କା ଚଳିତ ବର୍ଷ ରାଷ୍ଟ୍ରପତି ପଦକ ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ମିଳିଛି। ଅଗଷ୍ଟ ୧୪ ତାରିଖରେ ମିନିଷ୍ଟର ଅଫ ହୋମ୍ ଆଫିଆର୍ସ ଓମେନ୍ ସେଫ୍ଟି ଡିଭିଜନ ପକ୍ଷରୁ ଦିଆଯାଇଥିବା ପ୍ରେସ୍ ନୋଟର ସୂଚନା କ୍ରମରେ ବାଙ୍କୀ ଉପକାରାଗାରର ଆସିଷ୍ଟାଣ୍ଟ୍‌ ସବ୍‌ଜେଲର ଭାବେ କାର୍ଯ୍ୟ କରୁଛନ୍ତି। ଉଲ୍ଲେଖନୀୟ ସେବା ଓ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ପଦକ ପାଇବା ନିମନ୍ତେ ଗୃହ ବିଭାଗକୁ ତାଙ୍କ ନାମ ସୁପାରିଶ କରାଯାଇଥିଲା। କାରାଗାର ବିଭାଗର ବିଶିଷ୍ଟ ଓ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ ପାଇଁ ସେ ମନୋନୀତ ହୋଇଛନ୍ତି।
ସୂଚନା ଯୋଗ୍ୟ ଯେ ୨୦୨୦ ଫେବୃଆରୀ ୧୨ ତାରିଖରେ ଶ୍ରୀ ଲେଙ୍କା ବାଙ୍କୀ ଉପକାରାଗାରରେ ଯୋଗଦାନ କରିଛନ୍ତି। ପୂର୍ବରୁ ମଣ୍ଡଳ କାରାଗାର ବ୍ରହ୍ମପୁରରେ ସେ ୨୦୧୮ ରୁ ୨୦୨୦ ଫେବୃଆରୀ ପର୍ଯ୍ୟନ୍ତ ସେ କାର୍ଯ୍ୟରତ ଥିଲେ। ୧୯୮୭ ରେ କୋରାପୁଟ ଜେଲରୁ ଚାକିରୀ ଆରମ୍ଭ କରି ପରବର୍ତ୍ତୀ ସମୟରେ ବ୍ରହ୍ମପୁର,ଭଞ୍ଜନଗର,ଫୁଲବାଣୀ,ଆର.ଉଦୟଗିରି,ବ୍ରହ୍ମପୁର ପାତ୍ରପୁରରେ ଦକ୍ଷତାର ସହ ପ୍ରଶାସନିକକାର୍ଯ୍ୟ କରି ପ୍ରଂଶସନୀୟ ହୋଇଛନ୍ତି। ୨୦୧୩ ମସିହାରେ ମଧ୍ୟ ସେ ଓାଡନ୍ ଥିଲା ବେଳେ ରାଜ୍ୟପାଳଙ୍କ ଠାରୁ ପଦକ ଗ୍ରହଣ କରିଥିଲେ। ପବିତ୍ର ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଏହି ଖବର ପାଇଲା ପରେ ବାଙ୍କୀ ଉପକାରାଗାରରେ ସୁପରିଟେଣ୍ଡ ଏବଂ କର୍ମଚାରୀ ମାନେ ଶ୍ରୀ ଲେଙ୍କାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories