www.samajalive.in
Saturday, December 6, 2025
14.1 C
Bhubaneswar

ପାଥପୁରରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବାଙ୍କୀ : ଡମପଡା ବ୍ଲକ ଅଧିନ ପାଥପୁର ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ନାମ ପ୍ରଶସ୍ଥି ଓ ଆଧ୍ୟାତ୍ମିକତାର ସହ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏକ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ କାର୍ଯ୍ୟକ୍ରମର ଅଙ୍କୁରାରୋପଣ କରାଯାଇ ଶନିବାର ଦିନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ମହାନଦୀରୁ ପୂର୍ଣ୍ଣକୁମ୍ଭ କଳସ ଯାତ୍ରା ନିରାଡମ୍ବର ଭାବରେ କରାଯାଇ ମନ୍ଦିର ପରିସରରେ ସ୍ଥାପନ କରାଯାଇ ଯଜ୍ଞାଦି କାର୍ଯ୍ୟ ତଥା ଅଧିବାସ କାର୍ଯ୍ୟ ଆରମ୍ଭ ହୋଇଛି। ପାଥପୁର ଗ୍ରାମରେ ଏକ ଭକ୍ତି ଓ ଶ୍ରଦ୍ଧାର ସହିତ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଗ୍ରାମବାସୀଙ୍କ ସହଯୋଗରେ ଆଜି ସଫଳ ହୋଇଥିବା ସମ୍ପର୍କରେ ଗ୍ରାମ ମୁରବୀ ଭରତଚନ୍ଦ୍ର ନାୟକଙ୍କ ସମେତ ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ରାମଚରିତ ମାନସ ପରିବେଷଣ ସହିତ ଶନିବାର ଦିନ ସନ୍ଧ୍ୟାରେ ଅନୁରୂପ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ଜଣା ପଡିଛି। ମନ୍ଦିର ପ୍ରତିଷ୍ଠାର ପୂର୍ଣ୍ଣାହୂତି ଅବସରରେ ସୋମବାର ଦିନ ବଲାଙ୍ଗିର ପାଟଣାଗଡ ମହାରାଜା ଅନଙ୍ଗଉଦୟ ସିଂହଦେଓଙ୍କ ଜ୍ୟେଷ୍ଠ ପୁତ୍ର କଳିକେଶ ନାରୟଣ ସିଂହଦେଓ ଯୋଗଦେବାର କାର୍ଯ୍ୟକ୍ରମ ଥିବା ସମ୍ପର୍କରେ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories