www.samajalive.in
Sunday, December 7, 2025
14.1 C
Bhubaneswar

ମହାନଦୀରୁ ରଣନଦୀକୁ ହେବ ଜଳ ସଂଯୋଗ, ଉପକୃତ ହେବେ ୧୦ପଞ୍ଚାୟତର ଡାଳୁଅ ଚାଷୀ

ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ ବିଲିପଡା, ଶିମିଳିପୁର, ହରିରାଜପୁ, କୁଶପଙ୍ଗି(ଅଂଶିକ), ଦୁଲଣାପୁର, ଗଡଜିତ୍, ଗୋବିନ୍ଦପୁର, ତାଳବସ୍ତ, ଗୋପାଳପୁର, ଢଁସର ପ୍ରମୁଖ ୧୦ପଞ୍ଚାୟତର ହଜାର ହଜାର ଚାଷୀଙ୍କ ଦୁଃଖ ବଢିଯାଏ ରଣନଦୀର ପାଣି ଶୁଖିଲେ। ମହାନଦୀର ଶାଖା ନଦୀ ଏହି ୧୦ପଞ୍ଚାୟତର ଜୀବନ ରେଖା ଯୋଗୁ ପ୍ରତିବର୍ଷ ରଣନଦୀର ଉଭୟ ପାର୍ଶ୍ବରେ ହଜାର ହଜାର ହେକ୍ଟର ଚାଷ ଜମୀ ଫସଲ ହସେ। ପ୍ରତିବର୍ଷ ଡିସେମ୍ବର ମାସ ବେଳକୁ ରଣନଦୀର ଜଳ ଶୁଖିଯିବା ଫଳରେ ଏହି ପଞ୍ଚାୟତର ଚାଷୀମାନେ ଡାଳୁଅ ଧାନ ଚାଷ ପାଇଁ ଜଳଯୋଗାଣ ଲାଗି ପ୍ରଶାସନକୁ ଅନୁରୋଧ କରିଥାନ୍ତି। ପ୍ରତିବର୍ଷ ମଧ୍ୟ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହଯୋଗରେ କଟକ ଡ୍ରେନେଜ୍ ବିଭାଗ ମହାନଦୀରୁ ବାଲି ଖୋଳି ରଣନଦୀରେ ଜଳ ସଂଯୋଗ କରିବା ଦ୍ବାରା ଅଞ୍ଚଳର ଚାଷୀମାନେ ଡାଳୁଅ ଧାନ ଚାଷ କରି ଉପାର୍ଜନକ୍ଷମ ହୋଇଥାନ୍ତି। ଏହି ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ବିଲିପଡା ପଞ୍ଚାୟତର ଶତାଧିକ ଚାଷୀ ରଣନଦୀ ମୁହାଣକୁ ବାଲିବନ୍ଧ ପକାଇ ରଣନଦୀର ଜଳକୁ ଅଟକ ରଖିଥିଲେ ଏବଂ ପ୍ରାୟ ୨ହଜାର ହେକ୍ଟରରୁ ଅଧିକ ଚାଷଜମୀରେ ଡାଳୁଅ ଧାନ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

- Advertisement -

ଦୀର୍ଘ ୩ସପ୍ତାହ ଧରି ରଣନଦୀରେ ଥିବା ପ୍ରାୟ ୫୮ଗୋଟି ଉଠା ଜଳସେଚନ ମାଧ୍ୟମରେ ଜମିକୁ ଜଳ ଉଠାଇବାରୁ ରଣନଦୀ ଶୁଖିଲା ପଡିଲା। ଆଶଙ୍କା ପ୍ରକାଶ ପାଇଥିବା ଚାଷୀମାନଙ୍କ ଅନୁରୋଧ କ୍ରମେ କଟକ ଡ୍ରେନେଜ ବିଭାଗ ଠିକାଦାର ଜରିଆରେ ଚଳିତ ବର୍ଷ ପୂର୍ବବର୍ଷ ପରି ଜଳ ଯୋଗାଣ ପାଇଁ ବାଲିଖୋଳା କାର୍ଯ୍ୟ ସୋମବାର ଦିନ ଆରମ୍ଭ କରିଛନ୍ତି। ସ୍ତାନୀୟ କରବର ଗ୍ରାମ ନିକଟରେ ସୋମବାର ଦିନ ମେସିନ ଦ୍ୱାରା ବାଲିଖୋଳା କାର୍ଯ୍ୟକୁ ଜିଲ୍ଲାପରିଷଦ ସଦସ୍ୟ ତଥା ବିଲିପଡା ପଞ୍ଚାୟତର ବିଶିଷ୍ଟ ଚାଷୀ ନେତା ତ୍ରିଲୋଚନ ରାଉତ,କୁଶପଙ୍ଗି ପଞ୍ଚାୟତ ସମିତିସଭ୍ୟ ଅଜିତ ଜେନା(ବାବୁ),ରବୀନ୍ଦ୍ର କୁମାର ରାଉତ,ସମାଜସେବୀ ତଥା ବିଲିପଡାର ବିଶିଷ୍ଟ ଚାଷୀ ନବକିଶୋର ସ୍ୱାଇଁ ପ୍ରମୁଖ ନଡିଆ ବାଡେଇ ବାଲିଖୋଳା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଡିସେମ୍ବର ୧୪ତାରିଖ ଦିନ ଦୈନିକ ଖବର କାଗଜ ସମାଜରେ ରଣନଦୀ ଜଳକୁ ବନ୍ଧ ପକାଇଲେ ଚାଷୀ ଶୀରୋନାମାରେ ଖବର ପ୍ରକାଶ ପାଇଥିଲା। ଏଥିରେ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ଗଣମାଧ୍ୟମ ଜରିଆରେ ମହାନଦୀରୁ ରଣନଦୀକୁ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଡ୍ରେନେଜ ବିଭାଗକୁ ଚାଷୀ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ଖବର ପ୍ରକାଶ ପାଇଥିଲା। ଦୀର୍ଘ ଦେଢମାସ ପରେ ବିଳମ୍ବରେ ହେଲେ ମଧ୍ୟ ଜଳ ଯୋଗାଣ ପାଇଁ ବାଲିଖୋଳା କାର୍ଯ୍ୟ ଆରମ୍ଭ ହୋଇଥିବା ହେତୁ ଅଞ୍ଚଳବାସୀଙ୍କ ପକ୍ଷରୁ ଡ୍ରେନେଜ ବିଭାଗ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ ଦିଆଯାଇଥିବା ସମ୍ପର୍କରେ ଜିଲ୍ଲାପରିଷଦ ସଦସ୍ୟ ଏବଂ ବିଶିଷ୍ଟ ଚାଷୀ ମାନେ ଧନ୍ୟବାଦ ଜଣାଇଛନ୍ତି। ଏକ ସପ୍ତାହ ମଧ୍ୟରେ ରଣନଦୀରେ ଜଳ ସଂଯୋଗ ହୋଇପାରିବ ବୋଲି ଆଶା କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories