www.samajalive.in
Friday, December 12, 2025
15.1 C
Bhubaneswar

ଖଜୁରୀପଦା ଡବଲ୍‍ ମର୍ଡର ଘଟଣା-ଗିରଫ ଆସାମୀ ପ୍ରଭାତ ସିଂହଙ୍କ ମୃତ୍ୟୁ

ବାଙ୍କୀ : ବାଙ୍କୀ ଅଞ୍ଚଳର ବହୁ ଚର୍ଚ୍ଚିତ ଖଜୁରୀପଦା ଡବଲ୍‍ ମର୍ଡର ଘଟଣାରେ ଶୁକ୍ରବାର ଦିନ ଫେରାର ଆସାମୀ ପ୍ରଭାତ ସିଂହ(୭୦)ଙ୍କୁ ସମ୍ବଲପୁର ବରଗଡ ଅଞ୍ଚଳରୁ ପୋଲିସ ଧରି ଆଣି ବାଙ୍କୀ ଉପଖଣ୍ଡ କାରାଗାରରେ ରଖିଥିଲା। ଶନିବାର ଦିନ ତାଙ୍କ ଦେହ ଆସୁସ୍ଥ ହେବାରୁ ତାଙ୍କୁ ଜେଲରୁ ବାଙ୍କୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା। ରବିବାର ସକାଳେ ତାଙ୍କର କୋଭିଡ୍‍ ପରୀକ୍ଷା ପାଇଁ କଟକ ଡାକ୍ତରଖାନାରୁ ପୋଲିସ ହେପାଜତରେ ପଠାଯାଇଥିଲା। ପ୍ରଭାତ ସିଂହଙ୍କର କୋଭିଡ୍‍ ପରୀକ୍ଷା କରାଯାଇ ସନ୍ଧ୍ୟାରେ ପୋଲିସ ବାଙ୍କୀ କୋର୍ଟରେ ଫାଇଲ ପୁଟଅପ କରି ବାଙ୍କୀ ଉପଖଣ୍ଡ କାରାଗାରକୁ ନେଉଥିଲା ବେଳେ ସେଠାରେ ତାଙ୍କର ଦେହ ଅସୁସ୍ଥ ଓ ଅଚେତ ହୋଇଯିବାରୁ ତାଙ୍କୁ ତୁରନ୍ତ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।

ବାଙ୍କୀ ଡାକ୍ତରଖାନାରେ ପରିବାର ଲୋକ ପହଞ୍ଚି ଅବହେଳା ହେତୁ ତାଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ବାଙ୍କୀ ଡାକ୍ତରଖାନାରେ ରହିଛି। ପରିସରରେ ପୋଲିସ ଉପସ୍ଥିତ ରହିଛି। ସୂଚନା ଯୋଗ୍ୟ ଯେ ବାଙ୍କୀ ବ୍ଲକ ଅନ୍ତର୍ଗତ ଖଜୁରୀପଦାରେ ଘଟିଯାଇଥିବା ଡବଲ୍‍ ମର୍ଡର ଘଟଣାରେ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ବେଳେ ଶୁକ୍ରବାର ଦିନ ପ୍ରଭାତ ସିଂହଙ୍କୁ ବରଗଡ ଏବଂ ଅନ୍ୟ ଅଭିଯୁକ୍ତ ବିରଞ୍ଚି ପ୍ରଧାନଙ୍କୁ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରୁ ଗିରଫ କରାଯାଇଥିଲା। ଆଜି ମୁଖ୍ୟ ସଡଯନ୍ତ୍ରକାରୀ କୁହାଯାଉଥିବା ପ୍ରଭାତ ସିଂହଙ୍କର ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ପୋଷ୍ଟବଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଅଞ୍ଚଳରେ ଚର୍ଚ୍ଚା ଧରିଛି। ସୂଚନା ଯୋଗ୍ୟ ଯେ ଗତ ଫେବୃୟାରୀ ମାସରେ ଦିନ ଦ୍ୱିପ୍ରହରରେ ରାଜନୈତିକ ଶତୃତାକୁ ଆଧାର କରି ସାମାଜିକ କର୍ମୀ ତଥା ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଏବଂ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ଖଜୁରୀପଦା ଯୋକଲାଞ୍ଜି ଠାରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଘଟଣାର ତଦନ୍ତ ଭାର ତତ୍କାଳୀନ ଉପଖଣ୍ଡ ପୋଲିସ ଅଧିକାରୀ ପ୍ରସନ୍ନ କୁମାର ବିଶ୍ୱାଳ ତଦନ୍ତ ଭାର ଗ୍ରହଣ କରି ୧୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories