www.samajalive.in
Thursday, December 11, 2025
15.1 C
Bhubaneswar

କୋଭିଡ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କର ସୁନାଗହଣା ଗାୟବ : ଟାଉନ ଥାନାରେ ଅଭିଯୋଗ

ସମ୍ବଲପୁର :  ସମ୍ବଲପୁରର କୋଭିଡ – ୧୯ ହସ୍ପିଟାଲରେ ବାରମ୍ବାର ପରିଚାଳନାଗତ ତ୍ରୃଟିର ଅଭିଯୋଗ ହେଉଛି। ଏହା ସହିତ ସହିତ ରୋଗୀ ମାନଙ୍କର ଚିକିତ୍ସାରେ ମଧ୍ୟ ଗୁରୁତର ଅବହେଳା କରାଯାଉଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାର ଅଭିଯୋଗ ହେଉଛି। କିନ୍ତୁ ବିଡମ୍ବରନାର ବିଷୟ ଯେ ପ୍ରଶାସନ ସମସ୍ୟାର ନିରାକରଣ କରିବା ପରିବର୍ତ୍ତେ ଚୁପ ରହିବା ଶ୍ରେୟ ମଣିଛି। ଫଳରେ ଦିନକୁ ଦିନ ସମ୍ବଲପୁର କୋଭିଡ -୧୯ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି କ୍ଷେତ୍ରରେ ରବିବାର କରୋନା ସଂକ୍ରମଣରେ ଜଣେ ମହିଳା ମୃତ୍ୟୁବରଣ କରିବା ଏବଂ ସେ ପିନ୍ଧିଥିବା ସୁନା ଅଳଙ୍କାର ଗାୟବ ହୋଇଯିବା ଭଳି ଚାଞ୍ଚଲ୍ୟକର ଘଟଣା ସମ୍ମୁଖକୁ ଆସିଛି। ପ୍ରାପ୍ତସୂଚନାନୁଯାୟୀ, ସୋନାପାଲି ରାଜା ନଗର ନିବାସୀ ଅଭିଷେକ ମୋହନଙ୍କ ମାତା ମୀନା ମୋହନଙ୍କ ରବିବାର ଦିନ ପ୍ରାୟ ୧୧ଟା ସମୟରେ ସମ୍ବଲପୁର ସ୍ଥିତ କୋଭିଡ – ୧୯ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତେବେ ତାଙ୍କର ମର ଶରୀର ପରିବାରକୁ ହସ୍ତାନ୍ତର କରାଯିବା ସମୟରେ ସେ ପିନ୍ଧିଥିବା ପ୍ରାୟ ୫ ଭରିରୁ ଉର୍ଦ୍ଧ ସୁନାର ମଙ୍ଗଳସୂତ୍ର, ସୁନାର କାନଫୁଲ ଓ ସୁନାର ହାତଚୁଡି ଗାୟବ ରହିଥିଲା। ଏ ସର୍ମ୍ପକରେ ପରିବାରବର୍ଗ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଅଭିଯୋଗ କରିବାରୁ ସେମାନେ ଟାଳଟୁଳ କରି କେହି କିଛି ଶୁଣି ନ ଥିଲେ। ଏଣୁ ବାଧ୍ୟ ହୋଇ ମୃତ ମୀନାଙ୍କ ପୁତ୍ର ଅଭିଷେକ ସନ୍ଧ୍ୟା ସମୟରେ ଟାଉନ ଥାନାରେ ଅଭିଯୋଗ କରି ତାଙ୍କର ମାଁଙ୍କ ସୁନା ଅଳଙ୍କାର ଉଦ୍ଧାର କରି ଚୋର ମାନଙ୍କୁ ଠାବ କରିବା ପାଇଁ ଦାବି କରିଛନ୍ତି।

ଅଭିଷେକ ଟାଉନ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ତାଙ୍କର ମାଁ ମୀନା ଗତ ୧୯ ତାରିଖରେ କରୋନା ସଂକ୍ରମିତ ହେବା ପରେ ସମ୍ବଲପୁରର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସୁନାର ମଙ୍ଗଳସୁତ୍ର ସହିତ ଅନ୍ୟାନ୍ୟ ଅଳଙ୍କାର ପିନ୍ଧିଥିଲେ। କିନ୍ତୁ ରବିବାର ତାଙ୍କର ମୃତଦେହ ହସ୍ତାନ୍ତର ସମୟରେ ସେ ପିନ୍ଧିଥିବା କୌଣସି ସୁନା ଅଳଙ୍କାର ସେମାନଙ୍କୁ ଦିଆଯାଇ ନ ଥିଲା। ସେମାନେ କେରଳ ରାଜ୍ୟର ମୂଳ ବାସିନ୍ଦା ହୋଇଥିବା ବେଳେ କେରଳ ରାଜ୍ୟର ହିନ୍ଦୁ ସଂସ୍କୃତି ଅନୁଯାୟୀ ମହିଳାଙ୍କ ପାଇଁ ମଙ୍ଗଳସୂତ୍ରର ବହୁ ଗୁରୁତ୍ୱ ବହନ କରିଥାଏ। କିନ୍ତୁ ତାଙ୍କର ମାଁଙ୍କ ସୁନା ଗହଣା ଗାୟବ ହୋଇ ଯାଇଥିବାରୁ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏଥିରେ ସଂପୃକ୍ତ ବ୍ୟକ୍ତି ଅଥବା ଗ୍ୟାଙ୍ଗକୁ ଧରି ଆଇନ ଅନୁଯାୟୀ ଉଚିତ ଦଣ୍ଡ ଦେବା ସହିତ ମଙ୍ଗଳସୁତ୍ରକୁ ଉଦ୍ଧାର କରାଯାଉ ବୋଲି ଅଭିଷେକ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଗତ ୧୯ ତାରିଖରେ ତାଙ୍କ ଆଇ ଭି.ଏସ. ଅମ୍ମାଲ ଓ ମାମୁଁ ରାଜ କୁମାର ଆଚାରୀ ଗତ ୨୬ ତାରିଖରେ କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇ ସାରିଛନ୍ତି। ରବିବାର ତାଙ୍କର ମାଁଙ୍କ ଅକାଳ ମୃତ୍ୟୁ ଘଟଣା ପରେ ପରିବାର ମାନସିକ ଭାବରେ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି। ତେବେ କରୋନା କାଳରେ ସମଗ୍ର ବିଶ୍ୱବାସୀ ଭୀତତ୍ରସ୍ତ ଥିବା ବେଳେ ସମ୍ବଲପୁର କୋଭିଡ ହସ୍ପିଟାଲ ମଧ୍ୟରୁ ମୃତ ରୋଗୀଙ୍କ ଅଳଙ୍କାର ଚୋରି ଘଟଣା ସାଧାରଣରେ ସମସ୍ତଙ୍କୁ ବିସ୍ମିତ କରିଛି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ମାନ ହୋଇ ଆସୁଥିବା ବେଳେ ପ୍ରଶାସନ ଅଭିଯୋଗ ଗୁଡିକ ସତ୍ୟତା ସର୍ବ ସମ୍ମୁଖରେ ଉପସ୍ଥାପନ କରିବା ବଦଳରେ ପର୍ଦ୍ଦା ପକାଇବାରେ ବ୍ୟସ୍ତ ରହିଥିବାରୁ ଜନତାଙ୍କ ଅଭିଯୋଗ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ପୃଷ୍ଟି ହେଉଛି ବୋଲି ସବୁ ମହଲରୁ ମତପ୍ରକାଶ ପାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories