www.samajalive.in
Saturday, December 6, 2025
16.1 C
Bhubaneswar

ବାଙ୍କୀ ବିଜେପି ତରଫରୁ ବୈଦେଶ୍ଵରରେ ପଞ୍ଚାୟତ ବୈଠକ ଅନୁଷ୍ଠିତ

ବାଙ୍କୀ(ଡମପଡ଼ା): ବାଙ୍କୀ ଭାରତୀୟ ଜନତାପାର୍ଟି ପକ୍ଷରୁ ପଞ୍ଚାୟତ ବୈଠକ କାର୍ଯ୍ୟକ୍ରମ ବୈଦ୍ୟେଶ୍ୱର ପଞ୍ଚାୟତରୁ ଆରମ୍ଭ ହୋଇଛି। ଏହିବୈଠକରେ କଳାପଥର ମଣ୍ଡଳ ସଭାପତି ଆଇନଜୀବୀ ସୁଶାନ୍ତ କୁମାର ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ବିଜେପିର ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀ ଯୋଗଦେଇ ଆଗାମୀ ଦିନରେ ୱାର୍ଡ ସ୍ତରରୁ ପଞ୍ଚାୟତକୁ ମଜବୁତ କରାଯାଇ ପାରିବ ସେ ସଂପର୍କରେ ସମସ୍ତେ ମିଳିମିଶି କାର୍ଯ୍ୟକରିବା ସହିତ ଜନସାଧାରଣଙ୍କ ସୁଖ ଦୁଃଖାରେ ଭାଗିଦାରି ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର କଳାପଥର ଜୋନର ସାଧାରଣ ସଂପାଦକ ମଳୟ କୁମାର ମହାନ୍ତି, ପଦ୍ମଲୋଚନ ବେହେରା, ମଣ୍ଡଳ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ୍ କୁମାର ପ୍ରତାପ ସିଂହଙ୍କ ସମେତ ବୈଦ୍ୟେଶ୍ୱର ପଞ୍ଚାୟତର ସମସ୍ତ ବୁଥ୍ ସଭାପତି , ଉପସଭାପତି , ପଞ୍ଚାୟତର ପ୍ରତ୍ୟେକ ୱାର୍ଡର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ବାଙ୍କୀ ବିଜେପିର ରାଜ୍ୟ ପ୍ରତିିନିଧି ଲକ୍ଷ୍ମୀଧର ବେହେରା, ବ୍ରହ୍ମପୁରା ମଣ୍ଡଳ ସଭାପତି ଦିଲ୍ଲୀପ୍ ଦାସ, କଳାପଥର ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୀତା ନାୟକ, ସଂଗ୍ରାମ ବିଭୂତି ରାୟ ପ୍ରମୁଖ ଉପସ୍ଥିତ ରହି ପଂଚାୟତ ବୈଠକ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଶୁଭ୍ରାଂଶ ମୋହନ ପାଢୀଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ ପଂଚାୟତର ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories