www.samajalive.in
Saturday, December 6, 2025
15.1 C
Bhubaneswar

୨୬ରେ ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର: ଦେଶର କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସମୂହ ଓ ଶତାଧିକ ଟ୍ରେଡ଼ ଫେଡ଼େରେସନମାନଙ୍କ ଦ୍ୱାରା ଆହୁତ ଆସନ୍ତା ୨୬ ନଭେମ୍ବରର ଦେଶବ୍ୟାପୀ ସାଧାରଣ ଧର୍ମଘଟରେ ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନେ ସାମିଲ ହେବେ। ଏହି ଧର୍ମଘଟ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ତ୍ତମାନର ୪୪ଟି ଶ୍ରମ ଆଇନକୁ ଉଠାଇଦେଇ ଏକତରଫା ଭାବେ କଳା ଶ୍ରମ କୋଡ୍‍ ଆଇନର ପ୍ରଣୟନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବ୍ୟାପକ ଘରୋଇକରଣ ବିରୋଧରେ, ଲକ୍ଡା ଉନ ଯୋଗୁ ଛଟେଇ ଶ୍ରମିକ ଓ ବେକାର ଯୁବକମାନଙ୍କୁ କର୍ମସଂସ୍ଥାନ ଇତ୍ୟାଦି ୧୦ ଦଫା ଦାବି ସହିତ ବ୍ୟାଙ୍କ ଘରୋଇକରଣରୁ ନିବୃତ୍ତ ରହିବା ଇତ୍ୟାଦି ଦାବିରେ ଏଆଇବିଇଏ ଏବଂ ଏଆଇବିଓଏ ପକ୍ଷରୁ ଏହି ଧର୍ମଘଟର ଡାକରା ଦିଆଯାଇଛି।

ଧର୍ମଘଟକୁ ସଫଳ କରିବା ପାଇଁ ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନଙ୍କୁ ଏଆଇବିଇଏ ରାଜ୍ୟ ସଂଗଠନର ସଭାପତି ପ୍ରଦୀପ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଏଆଇବିଓଏ ରାଜ୍ୟ କମିଟିର ସଭାପତି କୈଳାସ ଚନ୍ଦ୍ର ପରିଡ଼ା ଓ ସଙ୍ଗଠନ ସମ୍ପାଦକ ପ୍ରବୋଧ କୁମାର ବିଶ୍ୱାଳ ନିବେଦନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories