BJD Bijuli 480×75 Mob

୨୦୦୭ ଘଟଣା ପ୍ରତି ସତର୍କ ଭାରତ

BJD Bijuli 480×75 Mob

ପୁଣେ : ଦୁଇ ଏସୀୟ ରାଷ୍ଟ୍ର ଭାରତ ଓ ବାଂଲାଦେଶ ଆଇସିସି ଦିନିକିଆ ବିଶ୍ବକପରେ ଏପର୍ଯ୍ୟନ୍ତ ୪ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୩ ଟି ଓ ବାଂଲାଦେଶ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ଉଭୟ ଦଳର ରେକର୍ଡ ଦୃଷ୍ଟିରୁ ଭାରତ ସର୍ବାଧିକ ସ୍କୋର ୩୭୦ ଓ ବାଂଲାଦେଶର ୨୮୬ରନ ରହିଛି। ସେହିପରି ଭାରତର ସର୍ବନିମ୍ନ ସ୍କୋର ୧୯୧ ଓ ବାଂଲାଦେଶର ୧୯୨ରନ ରହିଛି। ୨୦୦୭ ୱେଷ୍ଟଇଣ୍ଡିଜରେ ଆୟୋଜିତ ବିଶ୍ବକପରେ ଦୁଇ ଦଳ ପ୍ରଥମ ଥର ପାଇଁ ମୁହଁାମୁହିଁ ହୋଇଥିଲେ। ପୋର୍ଟ ଅଫ ସ୍ପେନରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶ ୫ ୱିକେଟରେ ଭାରତକୁ ପରାସ୍ତ କରି ଚକିତ କରିଥିଲା। ଭାରତ ୧୯୧ରନ କରିଥିବାବେଳେ ବାଂଲାଦେଶ ୫ୱିକେଟ ହରାଇ ବିଜୟ ଲକ୍ଷ୍ୟ ସଂଗ୍ରହ କରିନେଇଥିଲା।ଉକ୍ତ ପରାଜୟ ପାଇଁ ଭାରତ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ୨୦୧୧ ବିଶ୍ବକପରେ ମୀରପୁରରେ ଖେଳାଯାଇଥିବା ମ୍ୟାଚରେ ଭାରତ ୮୭ରନରେ ବାଂଲାଦେଶକୁ ପରାସ୍ତ କରି ପ୍ରତିଶୋଧ ନେଇଥିଲା। ଭାରତ ୪ ୱିକେଟରେ ୩୭୦ରନ କରିଥିବାବେଳେ ବାଂଲାଦେଶ ୨୮୩ରନ କରିବାକୁ ସକ୍ଷମ ହୋଇଥିଲା। ୨୦୧୫ ବିଶ୍ବକପର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲରେ ଭାରତ ୧୦୯ରନରେ ବାଂଲାଦେଶକୁ ପରାସ୍ତ କରିଥିଲା। ଭାରତ ୩୦୨ରନ କରିଥିଲା। ଜବାବରେ ବାଂଲାଦେଶ ୧୯୩ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ୨୦୧୯ ବିଶ୍ବକପର ଏଜବାଷ୍ଟନରେ ଖେଳାଯାଇଥିବା ମ୍ୟାଚରେ ଭାରତ ୨୮ରନରେ ବାଂଲାଦେଶକୁ ପରାସ୍ତ କରିଥିଲା। ଭାରତ ୩୧୪ରନ କରିଥିଲା। ଜବାବରେ ବାଂଲାଦେଶ ୨୮୬ରନ କରିବାକୁ ସକ୍ଷମ ହୋଇଥିଲା। ଶେଷ ଦୁଇ ବିଶ୍ବକପରେ ବାଂଲାଦେଶ ବିପକ୍ଷରେ ରୋହିତ ଶର୍ମା ଶତକ ହାସଲ କରିଥିଲେ। ୨୦୧୫ରେ ୧୩୭ ଓ ୨୦୧୯ରେ ୧୦୪ରନ କରିଥିଲେ।

Comments are closed.