www.samajalive.in
Saturday, December 6, 2025
19.1 C
Bhubaneswar

ସଂରକ୍ଷଣ ବିରୋଧୀ ନିଆଁରେ ଜଳୁଛି ବାଂଲାଦେଶ: ଦେଶବ୍ୟାପୀ କର୍ଫ୍ୟୁ, ଇଣ୍ଟରନେଟ୍ ଉପରେ କଟକଣା

ଢାକା: ବାଂଲାଦେଶରେ ରବିବାର ପୁଣି ଥରେ ହିଂସା ଆରମ୍ଭ ହୋଇଛି। ଏହି ହିଂସାରେ ୯୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରାୟ ସପ୍ତାହେ ତଳେ ଦେଶରେ ସଂରକ୍ଷଣ ବିରୋଧୀ ହିଂସାରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବାଂଲାଦେଶ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ହ୍ରାସ କରିବା ପରେ ହିଂସା ଥମି ଥିଲା। ଏବେ ଏହି ସଂରକ୍ଷଣ ପ୍ରସଙ୍ଗକୁ ଆଧାର କରି ରବିବାର ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଜାର ହଜାର ସଂଖ୍ୟାରେ ହିଂସାକାରୀ ରାସ୍ତାକୁ ଓହ୍ଲାଇ ଗାଡି ମୋଟର ପୋଡାଜଳା କରିଛନ୍ତି। ହିଂସାକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୁଲିସ ଲୁହବୁହା ଗ୍ୟାସ ସହିତ ଗୁଳିମାଡ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଦେଶବ୍ୟାପୀ ହୋଇଥିବା ସଂଘର୍ଷରେ ୧୪ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଢାକା ସମେତ ବେଗ୍ରା, ପାବନା, ରଙ୍ଗପୁର, ମୁଗୁରା ଓ କୋମିଲାରେ ହିଂସାକାଣ୍ଡ ଘଟିଛି। ହିଂସାକୁ ଦେଖି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ରବିବାର ସନ୍ଧ୍ୟା ୬ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ​‌ହସିନା କହିଛନ୍ତି ଯେ ଦେଶରେ ଏବେ ଯେଉଁ ବିକ୍ଷୋଭ ଆରମ୍ଭ ହୋଇଛି ତାହା ଛାତ୍ର ଆନ୍ଦୋଳନ ନୁହେଁ। ଆତଙ୍କବାଦୀମାନେ ଏହି ହିଂସା ଆରମ୍ଭ କରିଛନ୍ତି। ତେଣୁ ହିଂସାକୁ ଦୃଢ ହସ୍ତରେ ଦମନ କରିବାକୁ ସେ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ବିକ୍ଷୋଭ ନାମରେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି। ହିଂସାକୁ ନିୟନ୍ତ୍ରଣ ଲାଗି ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା କମିଟିର ଜରୁରୀ ବୈଠକ କରିଛନ୍ତି। ଏହା ସହିତ ଦେଶବାସୀଙ୍କୁ ମଧ୍ୟ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଆହ୍ବାନ ଦେଇଛନ୍ତି। ହିଂସାକାରୀମାନେ ଶାସକ ଆୱାମୀ ଲିଗ୍‌ର ୪ଜଣ କର୍ମୀଙ୍କୁ ହତ୍ୟା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଯେଉଁ ହିଂସା ଆରମ୍ଭ ହୋଇଛି ତାହା ଶାସକ ଓ ବିରୋଧୀ ଦଳ ମଧ୍ୟରେ ହିଂସା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories