www.samajalive.in
Monday, December 8, 2025
20.1 C
Bhubaneswar

ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ମୁସ୍କୁଲି ଗ୍ରାମ ନିକଟ ଏକ ଗଛରେ ଜଣେ ଯୁବତୀର ମୃତଦେହ ଝୁଲୁଥିବା ଦେଖି ଅଞ୍ଚଳବାସି ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା ।
ପ୍ରାଥମିକ ତଦନ୍ତ ରୁ ଜଣା ପଡିଲା ଯେ ମୃତ ଯୁବତୀ ଜଣକ ହେଲେ ଲାଇନପଡା ନିକଟସ୍ତ କମ୍ବାଗୁଡ଼ା (ଖୁଣ୍ଟ ତେନ୍ତୁଳି ) ଗ୍ରାମର ଦେବରାଜ ଦିଗାଲଙ୍କ ଝିଅ ଦେବସ୍ମିତା ଦିଗାଲ। ଦେବସ୍ମିତାକୁ ହତ୍ୟା କରାଯାଇଥିବା ନେଇ ଭାଇ ଦେବାଶିଷ  ଦିଗାଲ ଥାନାରେ ଏତଲା ଦେଇଛି। ଏ ନେଇ ଖଜୁରୀପଡ଼ା ଥାନାରେ ୧୮ /୨୪ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏ ନେଇ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ କହିଛନ୍ତି ଯେ ଦେବସ୍ମିତା ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଗ୍ରାମର ଏକ ଜୈନେକ ଯୁବକକୁ ବିବାହ କରିଥିଲେ। ତାଙ୍କର ଦୁଇ ପୁଅ ଅଛନ୍ତି।  କୌଣସି କାରଣ ବଶତଃ ପାରିବାରିକ କଳହ ଯୋଗୁଁ ବିବାହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ତେବେ ଶବ ବ୍ୟବଚ୍ଛେଦ  ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟତା ଜଣା ପଡ଼ିବ ବୋଲି କହିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories