www.samajalive.in
Tuesday, December 9, 2025
15.1 C
Bhubaneswar

ପାଟଣା ପୁଲିସକୁ ବଡଧରଣର ସଫଳତା, ଧରା ପଡିଲେ ୩ ଆନ୍ତଃରାଜ୍ୟ ଲୁଟେରା ଓ ଜଣେ କ୍ରେତା

ପାଟଣା : ପାଟଣା ପୁଲିସକୁ ବଡଧରଣର ସଫଳତା  ମିଳିଛି। କେନ୍ଦୁଝର ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ କ୍ରମାଗତ ଚୋରୀ ଓ ଲୁଟ୍ ପୁଲିସର ନିଦ ହଜାଇ ଦେଇଥିବା ବେଳେ କେନ୍ଦୁଝର ଏସ ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ପାଟଣା ଥାନାଧିକାରୀ ଵିଵତ୍ସ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ଲୁଟେରାଙ୍କୁ ଠାବ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରା ଯାଇଥିଲା। ପୁଲିସ ନିଜର ଗୁଇନ୍ଦା ଅନୁସନ୍ଧାନ ଜାରି ରଖି ଝାଡଖଣ୍ଡ ଅଞ୍ଚଳର ୩ ଜଣ ଲୁଟେରାଙ୍କ ସମେତ ଲୁଟ ଜିନିଷ କୁ ଖରିଦ୍ କରୁଥିବା ବ୍ୟବସାୟୀଙ୍କୁ ମିଶାଇ ମୋଟ ୪ ଜଣକୁ ଗିରଫ କରିଥିବା ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ,ପାଟଣା ଆଇଆଇସି ଵିଵତ୍ସ କୁମାର ପ୍ରଧାନ ଆଜି ମଧ୍ୟାହ୍ନ ରେ ପାଟଣା ଥାନାରେ ଅନୁଷ୍ଠିତ ଏକ ପ୍ରେସ ମିଟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗିରଫ ବ୍ୟକ୍ତି ମାନଙ୍କ ଠାରୁ ୨ ଟି ସୁନା ତୁଳସୀ ପତ୍ର ହାର, ୨ ଟି ସୁନା କାନଫୁଲ, ୨ ହଳ ରୁପା ପାଉଁଜି,ଗୋଟିଏ ତରଳା ଯାଇଥିବା ସୁନା ମୁଣ୍ଡା ଓ ୨ ଟି ତରଳା ଯାଇଥିବା ରୁପା ମୁଣ୍ଡା ଜବଦ ସହ ୪ ଟି ମୋବାଇଲ ମଧ୍ୟ ଜବଦ କରିଛନ୍ତି। ଗିରଫ ୪ ଜଣ ହେଲେ ଝାଡଖଣ୍ଡ ମଝିଗାଁ ଥାନା ମଝିଗାଁ ର ମହମ୍ମଦ ଅମିରୁଦ୍ଦିନଙ୍କ ପୁଅ ମହମ୍ମଦ ରହିତ(୨୩),ମହମ୍ମଦ ମୁଖତାରଙ୍କ ପୁଅ ମହମ୍ମଦ ଶାହୀଲ(୨୧), ମହମ୍ମଦ ମାହୀର ଙ୍କ ପୁଅ ମହମ୍ମଦ ନାସିରୁଦ୍ଦିନ(୨୦) ଓ ଚୋରୀ ସାମଗ୍ରୀ ର କ୍ରେତା ପଶ୍ଚିମ ସିଂଭୂମ ଜିଲ୍ଲା ଜଗନ୍ନାଥପୁର ଥାନା ଜୟନ୍ତୀଗଡ଼ ଦୁର୍ଗା ଚରଣ ବେହେରାଙ୍କ ପୁଅ ତପନ ବେହେରା(୩୪)ବୋଲି ଜଣାପଡିଛି।
ଏହି ଚୋର ମାନଙ୍କ ନାମରେ  ୨୦୨୩ ପାଟଣା ଥାନା କେସ ନଂ-୨୨୦,୨୦୨୪ ର କେସ ନଂ-୨୩୯,୨୬୮,୨୭୧,ଘଟଗାଁ ଥାନାର ୨୦୨୩ କେସ ନଂ୨୪୦,୨୭୧,୨୦୨୪ର କେସ ନଂ-,୨୩୨ ହରିଚନ୍ଦନପୁର ଥାନାର ୨୦୨୪ ମସିହା କେସ ନଂ-୧୫୬ ତୁରୁମୁଙ୍ଗା ଥାନାର ୨୦୨୪ ମସିହା କେସ ନଂ-୨୧୪,୨୨୮ ଓ ଝୁମ୍ପୁରା ଥାନାର ୨୦୨୪  କେସ ନଂ -୯୮ ଓ ୧୬୦ ରେ ବିଭିନ୍ନ ଦଫାରେ ମାମଲା ରହିଥିଲା। ଆଜି ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନାଧିକାରୀ ଵିଵତ୍ସ କୁମାର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories