ଢାକା: ବାଂଲାଦେଶର ଏକ ସ୍କୁଲ ଉପରେ ସୋମବାର ବାୟୁସେନା ବିମାନ ଖସି ପଡ଼ିବା ଘଟଣାରେ ବଢିଚାଲିଛି ମୃତ୍ୟୁ ସଂଖ୍ୟା। ବର୍ତ୍ତମାନସୁଦ୍ଧା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ଜଣେ ସରକାରୀ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ, ରାଜଧାନୀ ଢାକାର ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜରେ ବାଂଲାଦେଶୀ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଦ୍ଵାରା ମୃତ୍ୟୁ ସଂଖ୍ୟା ୨୦ରୁ ବଢି ଅତି କମରେ ୨୭ରେ ପହଞ୍ଚିଛି। ଅଧିକାଂଶ ମୃତକ ହେଉଛନ୍ତି ସ୍କୁଲ ପିଲା। ଏଥିସହ ପ୍ରାୟ ୮୮ ଜଣ ଗୁରୁତର ଅବସ୍ଥାରେ ଢାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ସୋମବାର ଦ୍ଵିପ୍ରହର ସମୟରେ ବାଂଲାଦେଶ ବାୟୁସେନାର F7 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଢାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜ ପରିସରରେ ବିମାନଟି ଖସିପଡ଼ିଥିଲା। ବିମାନ କଲେଜ ବିଲ୍ଡିଂରେ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ସ୍କୁଲରେ ପିଲାମାନେ ଉପସ୍ଥିତ ଥିଲେ।



