www.samajalive.in
Saturday, December 6, 2025
26.1 C
Bhubaneswar

ଶେଖ ହସିନାଙ୍କ ଇସ୍ତଫା ପରେ ସେନା ପ୍ରମୁଖ କହିଲେ-ଆମେ ଚଲାଇବୁ ଦେଶ

ନୂଆଦିଲ୍ଲୀ : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଏହାପରେ ବାଂଲାଦେଶ ସେନା ମୁଖ୍ୟ ଜେନରଲ ବକାର ଓଜ୍‌ ଜଜ୍ମାନ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ଆମେ ବର୍ତ୍ତମାନ ଶାସନ କରିବୁ। ଅନ୍ତରୀଣ ସରକାର ଗଠନ କରି ଆମେ ଦେଶ ଚଳାଇବୁ। ଆମ ଦେଶ କ୍ଷତି ସହୁଛି। ସମ୍ପତ୍ତି ହଜିଯାଉଛି। ଦେଶରେ ଶାନ୍ତି ଫେରାଇ ଆଣିବୁ। ଦେଶର ନାଗରିକଙ୍କୁ ସେନା ଉପରେ ଭରସା କରିବାକୁ ସେ ଅନୁରୋଧ କରିଛନ୍ତି। ସେ ବିକ୍ଷୋଭକାରୀଙ୍କୁ କହିଛନ୍ତି ଯେ ଭଙ୍ଗାରୁଜା, ଅଗ୍ନିକାଣ୍ଡ ଏବଂ ହିଂସା ଠାରୁ ଦୂରରେ ରୁହ। ଯଦି ଆପଣମାନେ ଆମ ସହିତ ଏକାଠି ହୁଅନ୍ତି, ପରିସ୍ଥିତିରେ ଉନ୍ନତି ଆସିବ। ଯୁଦ୍ଧ ଏବଂ ହିଂସା ଦ୍ୱାରା କିଛି ହାସଲ ହେବ ନାହିଁ। ବିବାଦ ଏବଂ ଅରାଜକତା ଠାରୁ ଦୂରରେ ରୁହ।

‘ରଖେ ହରି ତ ମାରେ କିଏ’ – ଭିଡିଓରେ ଦେଖନ୍ତୁ,ଖେଳୁ ଖେଳୁ ନାଳକୁ ଖସି ପଡିଲା ଶିଶୁ, ଆଉ ତା’ପରେ..

- Advertisement -

ସେନା ମୁଖ୍ୟ କହିଛନ୍ତି, ‘ଯେଉଁ ହତ୍ୟାକାଣ୍ଡ ହୋଇଛି, ସେଥିରେ ନ୍ୟାୟ ମିଳିବ’ ।  ଆମେ ସବୁ ପକ୍ଷଙ୍କ ସହ କଥା ହୋଇଥିଲୁ। ଆମର ଭଲ ବାର୍ତ୍ତାଳାପ ହୋଇଥିଲା। ବର୍ତ୍ତମାନ ସବୁକିଛି ଶାନ୍ତିପୂର୍ଣ୍ଣ ଭାବରେ ଘଟିବ।”

ଏହି ସମୟରେ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସାରା ଦେଶରେ କର୍ଫ୍ୟୁ ଲାଗୁ କରିଛନ୍ତି। ବିଦ୍ୟାଳୟ, କଲେଜ ଏବଂ ବଜାରରେ ୩ ଦିନର ଛୁଟି ଘୋଷଣା କରାଯାଇଛି। ହିଂସାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅନେକ ଟ୍ରେନର ଚଳାଚଳ ବନ୍ଦ କରାଯାଇଛି। ଟେକ୍ସଟାଇଲ୍ କାରଖାନାଗୁଡ଼ିକ ମଧ୍ୟ ତାଲା ପଡିଛି। ଲୋକଙ୍କୁ ଯଥାସମ୍ଭବ ନିଜ ଘରେ ରହିବାକୁ ପୁଲିସ କହିଛି।

ବିଶେଷଜ୍ଞଙ୍କ ମତ : କ୍ଷୀରରେ କିସମିସ ବତୁରାଇ ଖାଇଲେ ମିଳେ ଏହି ଲାଭ..

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories