www.samajalive.in
Monday, December 8, 2025
24.1 C
Bhubaneswar

ଦୁର୍ଗାମନ୍ଦିର କମିଟି ପକ୍ଷରୁ ବୋଲବମ୍ ଭକ୍ତଙ୍କୁ ଜଳଖିଆ ବଣ୍ଟନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଜଳାଭିଷେକ ପାଇଁ ଆସୁଥିବା ବୋଲବମ ଭକ୍ତଙ୍କୁ ଦୁର୍ଗାମନ୍ଦିର କମିଟି ପକ୍ଷରୁ ଜଳଖିଆ ବଣ୍ଟନ କରାଯାଇଛି। ବହୁ ଦୂର ଦୂରାନ୍ତରୁ ଆସୁଥିବା ବୋଲବମ୍ ଭକ୍ତମାନେ ଦେବଗିରିରେ ଜଳାଭିଷେକ କରି ଖାଲି ସେମିତି ଫେରିଯାଉଥିବା ଦେଖି ଦୁର୍ଗା ମନ୍ଦିର କମିଟିର କିଛି ସଦସ୍ୟ ଏକତ୍ରିତ ହୋଇ ଆଲୋଚନା କରିବା ପରେ ଜଳାଭିଷେକ କରିବା ପାଇଁ ଆସୁଥିବା ଭକ୍ତଙ୍କ ନିମନ୍ତେ ମାଗଣାରେ ଜଳଖିଆ ବ୍ୟବସ୍ଥା କରିଛନ୍ତି। ସୋମବାର ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ପାଇଁ ଜଳଖିଆ ତିଆରି କରି ଦିଆଯାଇଥିଲା। ଏଥିରେ ସୁରେଶ କୁମାର ପାଢୀ, ଅରବିନ୍ଦ ପଟ୍ଟନାୟକ, ନରସିଂହ ନାଥ ମହାପାତ୍ର, ଚନ୍ଦନ କୁମାର ଖାଡଙ୍ଗା, କାଳିଆ ମୁଣ୍ଡଛେନା, ଦେବେନ୍ଦ୍ର ପ୍ରଧାନୀ, ସୋମନାଥ ମିଶ୍ର ଓ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ଦେବଗିରିକୁ ଆନ୍ଧ୍ର, ଓଡ଼ିଶା ଓ ଅନ୍ୟ ରାଜ୍ୟର ପୁରୁଷ ଓ ମହିଳା ଶିବ ଭକ୍ତମାନେ ଆସି ଜଳାଭିଷେକ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories