www.samajalive.in
Sunday, December 7, 2025
23.1 C
Bhubaneswar

ଦୁର୍ଗାମନ୍ଦିର କମିଟି ପକ୍ଷରୁ ବୋଲବମ୍ ଭକ୍ତଙ୍କୁ ଜଳଖିଆ ବଣ୍ଟନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଜଳାଭିଷେକ ପାଇଁ ଆସୁଥିବା ବୋଲବମ ଭକ୍ତଙ୍କୁ ଦୁର୍ଗାମନ୍ଦିର କମିଟି ପକ୍ଷରୁ ଜଳଖିଆ ବଣ୍ଟନ କରାଯାଇଛି। ବହୁ ଦୂର ଦୂରାନ୍ତରୁ ଆସୁଥିବା ବୋଲବମ୍ ଭକ୍ତମାନେ ଦେବଗିରିରେ ଜଳାଭିଷେକ କରି ଖାଲି ସେମିତି ଫେରିଯାଉଥିବା ଦେଖି ଦୁର୍ଗା ମନ୍ଦିର କମିଟିର କିଛି ସଦସ୍ୟ ଏକତ୍ରିତ ହୋଇ ଆଲୋଚନା କରିବା ପରେ ଜଳାଭିଷେକ କରିବା ପାଇଁ ଆସୁଥିବା ଭକ୍ତଙ୍କ ନିମନ୍ତେ ମାଗଣାରେ ଜଳଖିଆ ବ୍ୟବସ୍ଥା କରିଛନ୍ତି। ସୋମବାର ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ପାଇଁ ଜଳଖିଆ ତିଆରି କରି ଦିଆଯାଇଥିଲା। ଏଥିରେ ସୁରେଶ କୁମାର ପାଢୀ, ଅରବିନ୍ଦ ପଟ୍ଟନାୟକ, ନରସିଂହ ନାଥ ମହାପାତ୍ର, ଚନ୍ଦନ କୁମାର ଖାଡଙ୍ଗା, କାଳିଆ ମୁଣ୍ଡଛେନା, ଦେବେନ୍ଦ୍ର ପ୍ରଧାନୀ, ସୋମନାଥ ମିଶ୍ର ଓ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ଦେବଗିରିକୁ ଆନ୍ଧ୍ର, ଓଡ଼ିଶା ଓ ଅନ୍ୟ ରାଜ୍ୟର ପୁରୁଷ ଓ ମହିଳା ଶିବ ଭକ୍ତମାନେ ଆସି ଜଳାଭିଷେକ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories