www.samajalive.in
Sunday, December 14, 2025
19.1 C
Bhubaneswar

ଭିଜିଲାନ୍ସ ଜାଲରେ ବାଙ୍ଗିରପୋଷି ତହସିଲଦାର

ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ଜାଲରେ ପଡ଼ିଥିବା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରପୋଷି ତହସିଲଦାରଙ୍କ ପାଖରୁ ଭିଜିଲାନ୍ସ ଅଧିକାରୀ ମାନେ ପୂର୍ବରୁ ୨ ଲକ୍ଷ ୫୦ ହଜାର ଟଙ୍କା ନଗଦ ଜବତ କରିଥିଲେ। ତଦନ୍ତ ପରେ ଭିଜିଲାନ୍ସ ଅଧିକାରୀ ତାଙ୍କ ବାଲେଶ୍ୱର ସ୍ଥିତ ବାସଭବନରୁ ନଗଦ ୨୩ ଲକ୍ଷ ୬୨ ହଜାର ଟଙ୍କା, ବିପୁଳ ସୁନା ଅଳଙ୍କାର, ୬୩ଟି ଜମିବାଡ଼ି ସଂପର୍କିତ କାଗଜପତ୍ର, ବିଭିନ୍ନ ଜାତୀୟକରଣ ବ୍ୟାଙ୍କର ୩୪ଟି ପାସ ବୁକ୍, ୧୦ଟି କ୍ରେଡିଟ ଓ ଡେବିଟ କାର୍ଡ ଜବତ କରାଯାଇଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି। ୨୭ ତାରିଖ ବ୍ୟାଙ୍କ ବନ୍ଦ ଥିବାରୁ ଲକର ଖୋଲିବା ସମ୍ଭବ ହୋଇନାହିଁ ବୋଲି ଭିଜିଲାନ୍ସ ଏସପି ଜଣାଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories