www.samajalive.in
Monday, December 8, 2025
14.1 C
Bhubaneswar

ମାଲକାନଗିରି ବେଙ୍ଗଲୀ ସମାଜର ପ୍ରତିଷ୍ଠା ଦିବସ ପାଳିତ 

ମାଲକାନଗିରି : ସାହିତ୍ୟ ଓ ସଂସ୍କୃତିର ଉତ୍ଥାନ ଓ ମାନବିକତାର ସମ୍ମାନର ମନ୍ତ୍ର ନେଇ ପ୍ରତିଷ୍ଠା କରାଯାଇଥିବା  ‘ମାଲକାନଗିରି ବେଙ୍ଗଲୀ ସମାଜ’ର ଷଷ୍ଠ ପ୍ରତିଷ୍ଠା ଦିବସ ଓ ୫ମ ବାର୍ଷିକ ଉତ୍ସବ ପୋଟେରୁ ସ୍ଥିତ ହରି ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭ।ବରେ ‘ନିଖିଳ ଭାରତ ବେଙ୍ଗଲୀ ସମନ୍ୱୟ ସମିତି’ର ସର୍ବ ଭାରତୀୟ ସଭାପତି ଡ଼ଃ ସୁବୋଧ ବିଶ୍ୱାସ, ମାଲକାନଗିରି ବେଙ୍ଗଲୀ ସମାଜର ସଭାପତି  ଗୈାରାଙ୍ଗ କର୍ମକାର, ସମ୍ପାଦକ ନୀହାର ରାୟ, ସଂଗଠନର ଉପଦେଷ୍ଟା ପ୍ରାକ୍ତନ ବିଧାୟକ  ନିମାଇଁ ସରକାର, ଜିଲ୍ଲା ଉପଦେଷ୍ଟା  ତପନ କୁମାର ସାନା, ସଂଗଠକ ସ୍ବପନ କୀର୍ତ୍ତନିୟା, ପ୍ରବକ୍ତା ସୁନିଲ ବିଶ୍ୱାସ, କୋର କମିଟି ସଦସ୍ୟ କମଲେଶ ରାୟ, ଉତ୍ତମ ଓଝା, ପ୍ରହ୍ଲାଦ ବାସୁ, ସଞ୍ଜୟ ସରକାର ଯୋଗଦେଇ ନିଜର  ବକ୍ତବ୍ୟ ରଖିଥିଲେ। ଏହି ସଭାରେ ଏଠାରେ ବସବାସ କରୁଥିବା ବଙ୍ଗାଳୀ ସମ୍ପ୍ରଦାୟ ମାନଙ୍କ ମଧ୍ୟରେ ଓଡ଼ିଆ ସହିତ ମାତୃଭାଷା ବଙ୍ଗଳାର ପ୍ରଚଳନ ଏବଂ ପୁନରୁଦ୍ଧାର, ବର୍ତ୍ତମାନ ପର୍ଯ୍ୟନ୍ତ ଏମଭି ଓ ଏମପିଭି ଗ୍ରାମ ହିସାବରେ ପରିଚିତ ପ୍ରତ୍ୟେକ ଗ୍ରାମକୁ ରାଜସ୍ୱ  ଗ୍ରାମର ମାନ୍ୟତା ଦେବା, ଭୂମିହୀନ ପରିବାର ମାନଙ୍କୁ ଅତି କମରେ ୪ ଡେସିମିଲ ଜାଗା ଯୋଗେଇ ଦେବା, ସମସ୍ତ ପ୍ରକାର ରାଜନୀତି ଓ ସାମ୍ପ୍ରଦାୟିକ ସଂଘାତରୁ ଦୂରତ୍ବ ରକ୍ଷା କରିବା ଏବଂ ସର୍ବଶେଷରେ ମାଲକାନଗିରିର ଆଦିବାସୀ ଭାଇ ତଥା ଅନ୍ୟାନ୍ୟ ସବୁ ସମ୍ପ୍ରଦାୟର ଲୋକମାନଙ୍କ ସହିତ ସହଯୋଗ ଓ ସମନ୍ବୟ ରକ୍ଷା କରି, ମାଲକାନଗିରି ଜିଲ୍ଲାକୁ ଉନ୍ନତିର ଚରମ ସୋପାନରେ ପହଞ୍ଚାଇବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ଏହି ଅବସରରେ ପ୍ରାୟ ୫୦୦୦ରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। କୋର କମିଟିର ମୁଖ୍ୟ ଡଃ ଗୋପାଳ ଚନ୍ଦ୍ର ବିଶ୍ୱାସ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories