www.samajalive.in
Saturday, December 6, 2025
14.1 C
Bhubaneswar

ବାଲେଶ୍ୱରରୁ ଏଟିଏମ ଲୁଟି ହରିୟାଣାରୁ ଧରା ହେଲେ ଲୁଟେରା

ବାଲେଶ୍ୱର : ବାଲେଶ୍ୱର ପୁଲିସକୁ ମିଳିଛି ବଡ ସଫଳତା। ଏଟିଏମ ତାଡି ଲୁଟ୍‌‌ ଘଟଣାରେ ୫ ଲୁଟେରା ସୋମବାର ଗିରଫ ହୋଇଛନ୍ତି। ହରିୟାଣା ମୋୱାଦରୁ ୫ ଜଣଙ୍କୁ ବାଲେଶ୍ୱର ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୬.୧୩ ଲକ୍ଷ ଟଙ୍କା, ଗୋଟିଏ ବନ୍ଧୁକ, ୪ଟି ଗୁଳି, ଗ୍ୟାସ କଟର ଜବତ କରାଯାଇଛି। ସୋର ଓ ଖଇରା ଅଞ୍ଚଳରେ ୨ଟି ଏଟିଏମରୁ ଲୁଟେରା ଲୁଟ୍‌‌ କରିଥିଲେ।
ସୂଚନା ଯୋଗ୍ୟ,ବାଲେଶ୍ୱର ଜିଲ୍ଲା ଖଇରା ଓ ସୋର ଥାନା ଅଞ୍ଚଳରୁ ଏହି ଲୁଟ ହୋଇଥିଲା। ଖଇରା ଥାନା ତୁଡ଼ିଗଡିଆ ବଜାରରେ ଥିବା ଏକ୍ସିସ ବ୍ୟାଙ୍କରୁ ଜାନୁଆରୀ ୧୦ ତାରିଖ ବିଳମ୍ବିତ ରାତିରେ ଦୁଇଟି ବୋଲେରୋ ଗାଡିରେ ୬ ରୁ ଉର୍ଦ୍ଧ ଲୁଟେରା ଆସି ଲୁଟ୍‌‌ କରିଥିଲେ। ଲୁଟେରା ମାନେ ବିଳମ୍ବିତ ରାତିରେ ଗ୍ୟାସ କଟର ମାଧ୍ୟମରେ ଏଟିଏମକୁ ତାଡି ଏଟିଏମରେ ଥିବା ୨୦ଲକ୍ଷ ଟଙ୍କା ଲୁଟ୍‌‌ କରିଥିଲେ। ଏହି ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ଫୁଟାଇଥିବା ନେଇ ସ୍ଥାନୀୟ ବାସିନ୍ଦା ମାନେ ଜାଣିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଉଠିବାରୁ ଲୁଟେରା ମାନେ ବୋଲେରୋ ଗାଡିରେ ଫେରାର ହୋଇଯାଇଥିଲେ।
ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ସେହିପରି ସୋର ଥାନା ମଙ୍ଗଳପୁର ପଞ୍ଜାବ ନେସନାଲ ବ୍ୟାଙ୍କ ଏଟିଏମରୁ ମଧ୍ୟ ଲୁଟ୍‌‌ ହୋଇଥିଲା। ରାତିରେ ଏଟିଏମ ସଟର ଭାଙ୍ଗି ଗ୍ୟାସ କଟରରେ କାଟି ଲୁଟିଥିଲେ। ଗତ ମଙ୍ଗଳବାର ବ୍ୟାଙ୍କ କର୍ତ୍ତୃପକ୍ଷ ୧୨ ଲକ୍ଷ ଟଙ୍କା ଏହି ଏଟିଏମରେ ଲୋଡ଼ କରିଥିଲେ। ସକାଳେ ସ୍ଥାନୀୟ ଲୋକ ଏଟିଏମ ଲୁଟ ଦେଖି ସୋର ପୁଲିସକୁ ଖବର ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories