www.samajalive.in
Sunday, December 7, 2025
23.1 C
Bhubaneswar

ପଞ୍ଚଲିଙ୍ଗେଶ୍ୱରରେ ସାପ-ନେଉଳ ଲଢେ଼ଇ, ଅହିରାଜ କ୍ଷତବିକ୍ଷତ

ବାଲେଶ୍ଵର: ସାପ-ନେଉଳ ଲଢେଇ। ଏକ ବିରାଟକାୟ ଅହିରାଜ ସାପ ସହ ଏକ ନେଉଳର ଘମାଘୋଟ ଲଢେଇ ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବରରେ। ଏକ ଛୋଟ ନେଉଳ ବିରାଟକାୟ ଅହିରାଜ ସାପ ସହ ଲଢେଇ କରି ତାକୁ ଘାଇଲା କରି ପକାଇଛି। ସାପଟି ଜୀବନ ବଞ୍ଚାଇବା ପାଇଁ ଗଛ ଉପରକୁ ଯାଉଥିବା ବେଳେ ନେଉଳଟି ଲାଙ୍ଗୁଡକୁ କାମୁଡି ତଳକୁ ପକାଇ ଦେଉଥିବା ଚିତ୍ର ଏହି ଭିଡିଓରେ ଦେଖିବାକୁ ମିଳିଛି। ଫଳରେ ସାପଟି ଗୁରୁତର ହୋଇପଡିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସେହି ଅଞ୍ଚଳର ଟୁରିଷ୍ଟ ଗାଇଡ଼ ମନୋରଞ୍ଜନ ଦାସ ଖବର ପାଇ ଅହିରାଜ ସାପଟିକୁ ଉଦ୍ଧାର କରି କୂଳଡିହା ବନବିଭାଗକୁ ହସ୍ତାନ୍ତର କରିଥିଲେ। ସାପଟିକୁ ନୀଳଗିରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିବା ବେଳେ ସୁସ୍ଥ ହେଲେ କୂଳଡିହା ଅଭୟାରଣ୍ୟରେ ଛଡାଯିବ ବୋଲି ସୂଚନା ମିଳିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories