www.samajalive.in
Saturday, December 6, 2025
16.1 C
Bhubaneswar

ସଇତାନ ପୁଅ ; ପାଣି ଦେବାରେ ବିଳମ୍ବରୁ ନେଲା ମାଆର ଜୀବନ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢ଼ିଆ ଗ୍ରାମରେ ଏକ ନିଶାସକ୍ତ ପୁଅର ଉନ୍ମତ୍ତକାଣ୍ଡ ଦେଖାଯାଇଛି। ପାଣି ଦେବାରେ ବିଳମ୍ବରୁ ମାଆର ଜୀବନ ନେଲା ସଇତାନ ପୁଅ । ମୃତକ ହେଲେ ସତ୍ୟାଭାମା ବେହେରା । ଗ୍ରାମର ରତିକାନ୍ତ ବେହେରା ମାଆଙ୍କୁ ପାଣି ମାଗିବାରୁ ମାଆ ପାଣି ଦେବାର ବିଳମ୍ବ କରିଥିଲେ । ଏଥିରେ ରତିକାନ୍ତ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା କାଠ ଫାଳିଆରେ ମାଆ ସତ୍ୟାଭାମାଙ୍କର ମୁଣ୍ଡକୁ ପ୍ରହାର କରିଥିଲେ । ଫଳରେ ତାଙ୍କର  ମୃତ୍ୟୁ ଘଟିଥିଲା । ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ବାଲେଶ୍ଵରରୁ ସାଇଣ୍ଟିପିକ ଟିମ ଆସିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି । ରତିକାନ୍ତକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories