www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରଲର – ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ; ୨ମୃତ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ମା ଦାଣ୍ଡକାଳୀ ମନ୍ଦିର ନିକଟରେ ଆଜି ଟ୍ରଲର ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। କଟକରୁ ରୋଗୀଙ୍କୁ ଛାଡି କଲିକତା ଅଭିମୁଖେ ଫେରୁଥିବା ଏକ ଘରୋଇ ଆମ୍ବୁଲାନ୍ସ ଖନ୍ତାପଡା ନିକଟରେ ନିଜର ଭାରସାମ୍ୟ ହରାଇ ରାସ୍ତାର ଅପର ପାର୍ଶ୍ଵ ରେ ଯାଇ ଏକ ଟ୍ରଲର ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଚାଳକ ଜଣଙ୍କର ମୃତ୍ୟୁ ଘଟିଛି ।। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡ଼ାକ୍ତରଖାନାକୁ ନେବା ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ଟ୍ରଲର ଚାଳକଙ୍କର ଗୋଡ  ଭାଙ୍ଗି ଯିବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିବା ସହ ରାସ୍ତାରେ ପଡ଼ିଥିବା କାଚ ,ରଡ଼, ଛୋଟ ଛୋଟ ଲୁହା ଖଣ୍ଡ , ନଟ୍ ଇତ୍ୟାଦି ସଫା କରିବା ସହିତ ଆମ୍ବୁଲାନ୍ସ ଟିକୁ ସ୍ଥାନୀୟ ଥାନା ଅଧିକାରୀକାରୀଙ୍କ ସହଯୋଗ କ୍ରମେ କ୍ରେନ ସାହାଯ୍ୟରେ ରାସ୍ତାରୁ ବାହାର କରାଯାଇଛି ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories