www.samajalive.in
Thursday, December 11, 2025
16.1 C
Bhubaneswar

ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ଅଘଟଣ; ଭାଇଠାରୁ ଭଉଣୀକୁ ଟେକି ନେଇ ବଳାତ୍କାର!

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭାଇ ସହ ଘରକୁ ଫେରୁଥିବା ସମୟରେ ନାବାଳିକା ଭଉଣୀକୁ ଜୋର ଜବରଦସ୍ତ ଟେକି ନେଇ ବଳାତ୍କାର କରାଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ବାହାନଗା ବ୍ଲକ ତଥା ଖନ୍ତାପଡ଼ା ଥାନା ପଣ୍ଡାଶୁଣି ପଞ୍ଚାୟତର ଜଣେ ନବମଶ୍ରେଣୀ ଛାତ୍ରୀ ସମ୍ପର୍କୀୟ ଭାଇଙ୍କ ସହ ବାଇକରେ ନୀଳଗିରି ଥାନା ଅଧୀନ ବାଣପୁରସ୍ଥିତ ପିଉସା ଘରକୁ ବୁଲିବାକୁ ଆସିଥିଲେ। ଅପରାହ୍ନରେ ସେଠାରୁ ଫେରି ପଞ୍ଚଲିଙ୍ଗେଶ୍ୱର ନିକଟ କଣ୍ଠିଆଟିକର ଅଞ୍ଚଳର ଭଉଣୀ ଘରେ ବୁଲି ସନ୍ଧ୍ୟା ସମୟରେ ଉଭୟ ଭାଇ ଭଉଣୀ ଏକ ବାଇକରେ ଫେରୁଥିଲେ। ଏକ ବାଙ୍କ ରାସ୍ତାରେ ଦୁଇଜଣ ଅଜଣା ଦୁର୍ବୃତ୍ତ ପଲସର ବାଇକରେ ଆସି ସେମାନଙ୍କୁ ଖଣ୍ଡା ଦେଖାଇ ଟଙ୍କା ଓ ମୋବାଇଲ ଛଡ଼ାଇଥିଲେ। ଏଥିରେ ଉଭୟ ପ୍ରତିବାଦ କରିବାରୁ ଭାଇର ମୁହଁକୁ ମୁଥାମାରି ତଳେ ପକାଇ ଦୁଇଜଣ ଦୁର୍ବୃତ୍ତ ନାବାଳିକାକୁ ବାଇକରେ ଉଠାଇ ନେଇ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଅଞ୍ଚଳରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ କୌଶଳକ୍ରମେ ଜଣେ ଦୁର୍ବୃତ୍ତକୁ କାମୁଡ଼ି ସେଠାରୁ ଖସି ଆସି ଏକ ହୋଟେଲ ନିକଟରେ ପହଞ୍ଚି ସମସ୍ତ ଘଟଣା ଜଣାଇବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବରପାଇ ସମ୍ପର୍କୀୟମାନେ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ସୋମବାର ରାତିରେ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆଇଆଇସି ପ୍ରଭଞ୍ଜନ ବେହେରା ଏହି ଘଟଣାର ତଦନ୍ତ କରି ଏକ ବଳାତ୍କାର ମାମଲା ରୁଜୁ କରିଛନ୍ତି। ଖବର ଲେଖାହେବା ବେଳକୁ ପୁଲିସ ପକ୍ଷରୁ ଏନେଇ ଛାନଭିନ ଚାଲିଥିଲେ ହେଁ ଦୁର୍ବୃତ୍ତଙ୍କ କୌଣସି ଖୋଜ ଖବର ମିଳିପାରିନଥିବା ସୂଚନା ମିଳିଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories