www.samajalive.in
Monday, December 8, 2025
20.1 C
Bhubaneswar

ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ, ୫ ଦିନ ହେଲା କଦଳୀଗଡ ମଣ୍ଡିରେ ପଡ଼ିରହିଛି ୫ ହଜାର ବସ୍ତା ଧାନ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଲାଗିରହିଛି ସମସ୍ୟା।ଟାର୍ଗେଟ୍‍ ଆସି ନଥିବା ଯୋଗୁଁ କଦଳୀଗଡ ମଣ୍ଡିରେ ସୋମବାର କଦଳୀଗଡ ମଣ୍ଡିରେ ଚାଷୀମାନେ ଟୋକନ ନେଇ ଧାନ ବିକ୍ରି କରିବାକୁ ଆସିଥିଲେ। ହେଲେ ମଣ୍ଡିରେ ଧାନ କିଣିବା ପାଇଁ ନା ଥିଲେ ଦାୟିତ୍ୱରେ ଥିବା ଆଦିଶକ୍ତି ମହିଳା ସଂଗଠନ କି ପ୍ରଶାସନ।ଚାଷୀମାନେ ମହିଳା ସଂଗଠନକୁ ଯୋଯୋଗ କରିବାରୁ ଟାର୍ଗେଟ୍‍ ଆସିନି କହି ଏଡାଇ ଯାଇଥିଲେ। ଟୋକନ୍‍ ଅବଧି ସରିବା ପୁର୍ବରୁ ଧାନ କିପରି ବିକ୍ରି କରିବେ ଭାଲେଣିରେ ଚାଷୀ।ଧାନ ଦଲାଲ୍‍ ମାନେ ଏହାର ସୁଯୋଗ ନେଇ ଚାଷୀଙ୍କ ଠାରୁ କମ୍‍ ଦର ରେ ଧାନ କିଣି ମୁନାଫାଖୋର ହେଉଛନ୍ତି। ଆଜି ଅପରାହ୍ନ ପ୍ରାୟ ୩ ଟା ପର୍ଯ୍ୟନ୍ତ କଦଳୀଗଡ ମଣ୍ଡିକୁ କେହି ଧାନ କିଣିବାକୁ ଆସି ନଥିବାରୁ ଚାଷୀମାନେ ରେଢ଼ାଖୋଲ ଉପଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କ ଠାରେ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ରାତ୍ରି ପ୍ରାୟ ୮ଟା ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ଚାଷୀ ମାନେ ଧାନକୁ ଜଗି ରହିଛନ୍ତି। ଏପଟେ କଦଳୀଗଡ ମଣ୍ଡି ଟି ଏକ ନିଛାଟିଆ ଏବଂ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହୋଇଥିବାରୁ ଭୟଭିତ ଅବସ୍ଥାରେ ଚାଷୀ। ଏନେଇ ଉପଜିଲ୍ଲାପାଳଙ୍କୁ ଯୋଯୋଗ କରିବାରୁ ସଂଧ୍ୟାରେ ୮୪୦ କ୍ୟୁଣ୍ଟାଲ ଧାନ କିଣିବାର ଟାର୍ଗେଟ୍‍ ଆସିଛି ଓ ଆସନ୍ତା କାଲି ସୁଦ୍ଧା ଧାନ ଉଠିଯିବ ବୋଲି କହିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories