www.samajalive.in
Thursday, December 11, 2025
16.1 C
Bhubaneswar

ବ୍ରହ୍ମପୁରରେ ନକଲି ପାଣି ଓ ମୃଦୁ ପାନୀୟ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ମାଳ ମାଳ ନକଲି ପାଣି ଓ ମୃଦୁ ପାନୀୟ କାରଖାନା ରହିଛି। ବାହାର ରାଜ୍ୟରେ ତିଆରି ହେଉଥିବା କହି ଆଇଏସଆଇ ଲୋଗ ଲଗାଇ ଲୋକଙ୍କୁ ଏହି ପାଣି ଓ ମୃଦୁ ପାନୀୟ ବିକ୍ରି କରାଯାଉଛି। ସମ୍ପୂର୍ଣ୍ଣ ଅସ୍ବାସ୍ଥ୍ୟକର ହୋଇଥିଲେ ମଧ୍ୟ ସାଧାରଣ ଲୋକ ତାହା ନଜାଣି ପିଇହ ରୋଗ ଡାକି ଆଣୁଛନ୍ତି। ନକଲି ପାଣି କାରଖାନା ବନ୍ଦ କରିବାକୁ ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆଜି ବଡ଼ଧରଣର ଚଢଉ କରାଯାଇଛି। ଉପଜିଲାପାଳ ଭି. କିର୍ତ୍ତୀଭାସନଙ୍କ ନେତୃତ୍ବରେ ୪ ଟି ଟିମ ଆଜି ସହର ତଥା ଉପକଣ୍ଠରେ ୫ ଟି ସ୍ଥାନରେ ଚଢଉ କରି ୫ଟି କାରଖାନାକକୁ ସିଲ କରିଛନ୍ତି। ଗୋପାଳପୁର ଓଭରବ୍ରିଜ ନିକଟ, ଜାତୀୟ ରାଜପଥ କଡ, ଅନନ୍ତେଇ, ଗୋବିନ୍ଦବିହାର ଓ ଗୁଡସେଡ ରୋଡରେ ଚାଲିଥିବା କାରଖାନାରେ ପ୍ରଶାସନ ପକ୍ଷରୁ ଚଢଉ କରାଯାଇଥିଲା। ଚଢଉ ବେଳେ ବିଭିନ୍ନ ଲୋକାଲ କମ୍ପାନୀ ନାଁରେ ତାହା ପ୍ରସ୍ତୁତ ହେଉଥିବା ବେଳେ କେଉଁଟି ମଧ୍ୟପ୍ରଦେଶ ତ ଆଉ କେଉଁଟି ଆନ୍ଧ୍ରପ୍ରଦେଶରେ ତିଆରି ହେଉଥିବା ଷ୍ଟିକରରେ ଲେଖା ହୋଇଥିଲା। ସେହିପରି ପ୍ରତ୍ୟେକ ବୋତଲରେ ଆଇଏସଆଇ ମାର୍କ ଲେଖାଥିଲେ ମଧ୍ୟ କୌଣସି ବି କମ୍ପାନୀଠାରୁ ଏଭଳି ପ୍ରମାଣପତ୍ର ମିଳିଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ପ୍ରଶାସନ ପକ୍ଷରୁ ୫ କାରଖାନାକୁ ସିଲ କରାଯାଇଥିଲା। କେବଳ ଏହି ୫ଟି ନୁହଁ ବ୍ରହ୍ମପୁର ଓ ଏହାର ଉପକଣ୍ଠରେ ଏଭଳି ବହୁ ନକଲି କାରଖାନା ରହିଛି। ଆଗାମୀ ଦିନରେ ସେଗୁଡ଼ିକରେ ମଧ୍ୟ ଚଢଉ କରାଯିବ । ଆଜିର ଚଢଉରେ ଡେପୁଟି କଲେକ୍ଟର ପଞ୍ଚାନନ ପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ବିନୋଦ ବେହେରା, ଡି. ମାଲେଶ୍ବର ପାତ୍ର, ତହସିଲଦାର ସିପକ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories