www.samajalive.in
Monday, December 8, 2025
24.1 C
Bhubaneswar

ଗାଁ ସାଥୀ ରମେଶ ସିଂହ ହତ୍ୟା ଘଟଣା, ଶାଶୁ ଓ ଜ୍ୱାଇଁ ଗିରଫ

ସୁନ୍ଦରଗଡ଼: ଟାଉନ ଥାନା ଅନ୍ତର୍ଗତ ଆମ୍ବିଆନ୍ସ ହୋଟେଲ ପଛପଟେ ଥିବା ବିଲରୁ ଛିଣ୍ଡା ହାତ ଉଦ୍ଧାର ଓ ପରବର୍ତ୍ତୀ ସମୟରେ ଏହା ଯେ ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିବ ତାହା କେହି ବି ବିଶ୍ୱାସ କରି ପାରିନଥିଲେ ମଧ୍ୟ ଶେଷରେ ପୁଲିସ ଏ ଘଟଣାର ପର୍ଦ୍ଦାଫାଶ କରି ଶାଶୂ ଓ ଜ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଚାପଡ଼ ଓ ମୃତକଙ୍କ ମୋବାଇଲ ଫୋନକୁ ମଧ୍ୟ ପୁଲିସ ଜବତ କରିଛି। ଅବୈଧ ସଂପର୍କକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ ପରୋକ୍ଷରେ ସୂଚନା ଦେଇଥିବା ବେଳେ ଘଟଣାର ଅନୁସନ୍ଧାନ ପ୍ରକ୍ରିୟା ଜାରି ରହିବା ସହ ଏଥିରେ ଅନ୍ୟମାନଙ୍କ ସଂପୃକ୍ତିକୁ ମଧ୍ୟ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି ବୋଲି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ସୂଚନା ଦେଇଛନ୍ତି। ମିଳିଥିବା ସୂତ୍ରରୁ ପ୍ରକାଶ, ଘଟଣା ଦିନ ଗାଁ ସାଥୀ ମୃତକ ରମେଶ ଭବାନୀପୁରର ଗାଁ ମୁଣ୍ଡରେ ବରା, ପକୁଡ଼ି ଓ ପାନ ଦୋକାନ କରିଥିବା ମାଧବୀ ସିଂଦେଓ(୪୭)ଙ୍କ ଘରକୁ ଯାଇଥିଲା। ସେତେବେଳେ କୁଆଡ଼େ ସେ ଅତ୍ୟନ୍ତ ନିଶାଶକ୍ତ ଅବସ୍ଥାରେ ଥିଲା ବୋଲି ମାଧବୀ ପୁଲିସ ନିକଟରେ ସ୍ୱୀକାର କରିଛି। ପରବର୍ତ୍ତୀ ଅବସ୍ଥାରେ ମାଧବୀ ରମେଶକୁ ତଣ୍ଟି ଚିପି ହତ୍ୟା କରି ଚାପଡ଼ ସାହାଯ୍ୟରେ ତାର ମୁଣ୍ଡ ଗଣ୍ଡି ଓ ହାତ ଗୋଡ଼କୁ କାଟି ଅଲଗା ଅଲଗା କରିଦେଇଥିଲା। ଘର ସାରା ରକ୍ତ ବହି ଯିବାରୁ ସେ ପିନ୍ଧିଥିବା ସାଢ଼ି ଓ ମୃତକର ସାର୍ଟପ୍ୟାଣ୍ଟରେ ନିଆଁ ଲଗାଇ ଦେଇଥିଲା, ଫଳରେ ମୃତକର ମୁଣ୍ଡ କିଛି ଅଂଶ ପୋଡ଼ି ଯାଇଥିଲା। ଏ ଘଟଣା ଘଟାଇବା ପରେ ଅଳ୍ପ ଦୂରରେ ରହୁଥିବା ନିଜ ଜ୍ୱାଇଁ ଭଜ ଓରାମଙ୍କୁ ଘରକୁ ଡକାଇ ଘଟଣା ସଂପର୍କରେ କହିଥିଲା। ପରେ ଉଭୟ ଶାଶୂ ଓ ଜ୍ୱାଇଁ ମିଶି ଖଣ୍ଡବିଖଣ୍ଡିତ ଶବକୁ ସେହି ଦିନ ରାତିରେ ହିଁ ପୋଖରୀ ମଧ୍ୟରେ ପକାଇ ଦେଇଥିଲେ ବୋଲି ଅଭିଯୁକ୍ତ ଦ୍ୱୟ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଟାଉନ ଥାନା ଅଧିକାରୀ ବିଭତ୍ସ ପ୍ରଧାନ ସମେତ ଥାନାର ଅନ୍ୟାନ୍ୟ ଅଧିକାରୀମାନେ ଶବ ଉଦ୍ଧାର ଓ ତଦନ୍ତ ପ୍ରକ୍ରିୟାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories