www.samajalive.in
Saturday, December 6, 2025
26.1 C
Bhubaneswar

ନବମ ଶ୍ରେଣୀ ନାତିର ସ୍କୁଲ ଖୋଲିବା ପାଇଁ ଜେଜେଙ୍କ ମୁଖ୍ୟ ସଚିବଙ୍କୁ ଚିଠି

ଗୁରୁଡିଝାଟିଆ: ରାଜ୍ୟରେ କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗିରୁଚି ଦେଇଛି। ସରକାର ଅନଲାଇନ ଶିକ୍ଷା ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ସେତେ ଫଳପ୍ରଦ ହୋଇପାରିନାହିଁ। କରୋନା ଏବେ ତଳମୁହାଁ ହୋଇଥିବାରୁ ରାଜ୍ୟ ସରକାର ୧୦ମ ଓ ଦ୍ୱାଦଶ ଶ୍ରେଣୀ ସହିତ +୩ ଶ୍ରେଣୀରେ ଅଧ୍ୟୟନ କରିବା ପାଇଁ ଅନୁମତି ଦେଇସାରିଲେଣି। ହେଲେ ୯ମ ଶ୍ରେଣୀ ଏପର୍ଯନ୍ତ ଖୋଲାଯାଇନାହିଁ। ଯାହାଫଳରେ କି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ନ ଯାଇପାରି ଘର ମଧ୍ୟରେ ଅଶାନ୍ତମୟ ଜୀବନ କାଟୁଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ୯ମ ଶ୍ରେଣୀ ଖୋଲିବା ନିମନ୍ତେ ଆଠଗଡ ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ବରିଷ୍ଠ ନାଗରିକ ତଥା ସମାଜସେବୀ ଲକ୍ଷ୍ମୀକାନ୍ତ ପଣ୍ଡା ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଓ ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖିବା ସହିତ ନିଜର ୯ମ ଶ୍ରେଣୀରେ ୧ମ ହେଉଥିବା ନାତିର ଶିକ୍ଷା ସଂପର୍କରେ ସୁଚାଇଛନ୍ତି। ରାଜ୍ୟ ସରକାର ଏବେ ଯାତ୍ରା, ମେଳା, ପ୍ରେକ୍ଷାଳୟ, ପାର୍କ ଏପରିକି ବିବାହ ସମୟରେ ସାଉଣ୍ଡ ପାଇଁ ମଧ୍ୟ ଅନୁମତି ଦେଲେଣି। କଣ ପାଇଁ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ୯ମ ଶ୍ରେଣୀ ଖୋଲିନାହାନ୍ତି ତାହା ବୁଝା ପଡୁନାହିଁ। ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି ଛାତ୍ରଛାତ୍ରୀ ପାଠ ନ ପଢିପାରି ଅଶାନ୍ତମୟ ଜୀବନ କାଟୁଥିବା ବେଳେ ଅଭିଭାବକମାନେ ଏଥିରୁ ବାଦ୍‍ ପଡୁନାହାନ୍ତି। ତେଣୁ ତୁରନ୍ତ ରାଜ୍ୟ ସରକାର ୯ମ ଶ୍ରେଣୀ ଖୋଲିବା ନିମନ୍ତେ ମୁଖ୍ୟ ସଚିବ ଓ ଶିକ୍ଷା ସଚିବଙ୍କୁ ଶ୍ରୀ ପଣ୍ଡା ଲିଖିତ ଭାବରେ ଚିଠି ପଠାଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories