ବାଲେଶ୍ୱର : ବାଲେଶ୍ୱର ଜିଲା ଅନ୍ତର୍ଗତ ଜଲେଶ୍ୱର ଷ୍ଟେସନରୁ ଶୁକ୍ରବାର ୧୦୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି। ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ବ୍ରାଉନସୁଗାର ଜବତ କରିଥିବା ଜଣାପଡ଼ିଛି। ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ବ୍ରାଉନସୁଗାରକୁ କୋଲକାତାରୁ ଚୋରାଚାଲାଣ କରୁଥିଲା ବୋଲି ପୁଲିସ ଖବର ପାଇଥିଲା। ଏହାପରେ ଜଳେଶ୍ୱର ଷ୍ଟେସନରେ ଚଢାଉ କରି ଏହି ବ୍ରାଉନସୁଗାର ଜବତ କରିଥିଲା।
Popular Categories



