ବାଲେଶ୍ୱର : ଏଫଏମ ମେଡିକାଲ କଲେଜରେ ଏସି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି। ମେଡିସିନ ୱାର୍ଡର କର୍ମଚାରୀ ବସୁଥିବା ପ୍ରଥମ ମହଲାର ଏକ ଏସି ରୁମ୍ରେ ନିଆଁ ଲାଗିଥିଲା। ଏହାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପୂର୍ବରୁ ମେଡିକାଲ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ସେହି ସମୟରେ କିଛି ରୋଗୀ ଭୟରେ ବାହାରକୁ ପଳାଇ ଆସିଥିଲେ ମଧ୍ୟ କାହାର କୌଣସି କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି।
Popular Categories



