ନାବାଳିକା ଦୁର୍ଷ୍କମକାରୀକୁ ୨୦ ବର୍ଷ ଜେଲ

ବାଲେଶ୍ଵର: ସ୍ଵତନ୍ତ୍ର ପକ୍ସୋ କୋର୍ଟ ଦ୍ଵାରା ନାବାଳିକା ଦୁର୍ଷ୍କମ ମାମଲାରେ ଜଣେ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା , ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଏହାସହ ନାବାଳିକାଙ୍କ ପରିବାରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଜଣକ ରାମପୁରର ବସନ୍ତ ଦାସ ( ୬୦) । ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର ମାମଲାର ବିଚାର କରି ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଂଚଳରେ ୨୦୧୯ ମସିହାରେ ଶିକ୍ଷକ ଜଣକ ନାବାଳିକାଙ୍କୁ ଦୁର୍ଷ୍କମ କରିଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।

Comments are closed.