୧୧କୋଟିର ବ୍ରାଉନସୁଗାର ଜବତ, ମଧ୍ୟପ୍ରଦେଶର ଜଣେ କିଙ୍ଗପିନ ସମେତ ୬ ଗିରଫ

ବାଲେଶ୍ବର: ଫୁଲାଡ଼ି ଅଞ୍ଚଳରୁ ସହଦେବଖୁଣ୍ଟା ଥାନା ପୁଲିସ ବ୍ରାଉନସୁଗାର କାରବାର ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଛନ୍ତି। ଫୁଲାଡ଼ି ଅଞ୍ଚଳରୁ ସହଦେବଖୁଣ୍ଟା ଥାନା ପୁଲିସ ସେମାନଙ୍କ ନିକଟରୁ ୧୦କିଲୋ ୬୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧୧କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଫୁଲାଡ଼ି ଅଞ୍ଚଳରୁ ସହଦେବଖୁଣ୍ଟା ଥାନା ପୁଲିସ ମଧ୍ୟପ୍ରଦେଶର ଜଣେ କିଙ୍ଗପିନ ସମେତ ୬ଜଣଙ୍କୁ ଗିରଫ କରିଛି। ଜବତ ହୋଇଥିବା ବ୍ରାଉନସୁଗାର ବାହାର ରାଜ୍ୟକୁ ଚାଲାଣ ଯୋଜନା ଥିବା ପୁଲିସର ସୂଚନା ଦେଇଛି। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଆଇଜି ଓ ଏସପିଙ୍କ ସୂଚନା ଦେଇଛନ୍ତି।

prayash

ଏହି ନିଶା ମାଫିଆ ଗ୍ୟାଙ୍ଗ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଆସାମ, ପଶ୍ଚିମବଙ୍ଗରେ ନିଜର କାୟା ବିସ୍ତାର କରିଛନ୍ତି। ଅନ୍ୟ ରାଜ୍ୟରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିଲେ। ସେମାନଙ୍କ ଠାରୁ ୨ଟି ବାଇକ୍ ଓ ୫ଟି ମୋବାଇଲ ଜବତ କରାଯାଇଛି। ଗିରଫ ହୋଇଥିବା ମୁଖ୍ୟ କିଙ୍ଗପିନ୍ ହାଡ୍‌କୋର କ୍ରିମିନାଲ ବୋଲି ପୂର୍ବାଞ୍ଚଳ ପୁଲିସ ଆଇଜି ସୂଚନା ଦେଇଛନ୍ତି। ଗିରଫ ନିଶା ମାଫିଆଙ୍କ ସହ ଅନ୍ୟ କାହାର ଲିଙ୍କ ରହିଛି ଓ ସେମାନଙ୍କ ଫାଇନାନ୍‌ସିଆଲ କାରବାର ଜାଣିବାକୁ ପୁଲିସ ଅଧିକ ତଦନ୍ତ ଚଳାଇଛି ବୋଲି ସେ କହିଛନ୍ତି।

kalyan agarbati

Comments are closed.