ବାଲେଶ୍ଵର: ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ନୀଳଗିରି ବାପୁଜୀ ସେବା ସଦନ ମାଲିକଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଵତନ୍ତ୍ର ପକ୍ସୋ ଅଦାଲତ ବିଚାରପତି ରଞ୍ଜନ କୁମାର ସୂତାର। ସେବାଶ୍ରମ ମାଲିକ ଗୌର ଚନ୍ଦ୍ର ଖମାରୀଙ୍କୁ ୫ ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡ ସହ ୧ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି।
୨୦୧୫ ମସିହାରୁ ନାବାଳିକା ଜଣକ ସେବାଶ୍ରମରେ ରହି ଆସିଥିବା ବେଳେ ତାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ସେବାଶ୍ରମ ମାଲିକ ଗୌର ଚନ୍ଦ୍ର ଖମାରୀଙ୍କ ନାମରେ ୨୦୧୭ ମସିହାରେ ନୀଳଗିରି ଥାନାରେ ମାମଲା ରୁଜୁ କରି ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରବଣ କୁମାର ପଣ୍ଡା।



