www.samajalive.in
Saturday, December 13, 2025
27.1 C
Bhubaneswar

ରାସ୍ତା ଅବସ୍ଥା ଶୋଚନୀୟ : କାଦୁଅ ରାସ୍ତାରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ

ଲାଠୋର: ବଲାଙ୍ଗୀର ଜିଲା ହରିଶଙ୍କର ରୋଡ୍ ରେଳ ଷ୍ଟେସନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ସେହି କାଦୁଅ ରାସ୍ତା ଦେଇ ବିପଦ ପୂର୍ଣ୍ଣ ଅବସ୍ଥାରେ ଛାତ୍ରଛାତ୍ରୀ ତଥା ଜନସାଧାରଣ ଯିବା ଆସିବା କରୁଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ କିଛି ବର୍ଷ ହେବ ରେଳଧାରଣା ନିର୍ମାଣ କାର୍ୟ୍ୟ ତଥା ହରିଶଙ୍କର ରୋଡ୍ ରେଳ ଷ୍ଟେସନର ଉନ୍ନତି କରଣ କାମ ଚାଲିଥିବାରୁ ଯାନ ବାହାନ ଯିବା ଆସିବାରୁ ଲାଠୋର ବସଷ୍ଟାଣ୍ଡରୁ ଶ୍ରୀଦୁର୍ଗେଶ୍ୱରୀ ନୋଡାଲ ବିଦ୍ୟାଳୟକୁ ଯାଇଥିବା ରାସ୍ତା ଉପରେ ମାଟି ପଡି କାଦୁଅ ହୋଇଯାଇଛି।

ଯେଉଁ ଠିକାଦାରମାନେ ଏହି କାର୍ୟ୍ୟକରୁଛନ୍ତି ସେମାନେ ରାସ୍ତା ଅବସ୍ଥାକୁ ଧ୍ୟାନ ଦେଉନାହାନ୍ତି। ଫଳରେ ନୋଡାଲ ବିଦ୍ୟାଳୟକୁ ପ୍ରତ୍ୟହ ପାଠ ପଢ଼ିଯାଉଥିବା ଶତାଧିକ ଛାତ୍ରୀଛାତ୍ର ନାନା ସମସ୍ୟାର ସମ୍ମୁଖିନ ହେବା ସହ ଛୋଟ ବଡ ଦୁର୍ଘଟଣାର ଶିକାର ସମ୍ମୁଖିନ ହେଉଥିବା ଦେଖାଯାଉଛି। ଏନେଇ ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ ବାରମ୍ବାର ରେଳ ବିଭାଗ ଠିକାଦାରଙ୍କୁ ବିଦ୍ୟାଳୟ ଯିବା ଆସିବା କରୁଥିବା ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତାରେ ପଡି ରହିଥିବା କାଦୁଅ ସଫା ସହ ମରାମତି ପାଇଁ ଅନୁରୋଧ କରିଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରୁନଥିବା ସରପଞ୍ଚ ପ୍ରକାଶ କରିଛନ୍ତି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories