ଆଗଲପୁରରେ ଗଜଲକ୍ଷ୍ମୀ ପୂଜା
ଆଗଲପୁର : ବଲାଙ୍ଗୀର ଜିଲା ଆଗଲପୁର ଗଉଡପଡା ଲକ୍ଷ୍ମିମନ୍ଦିରରେ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି। ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଅଗଲପୁର ଉତ୍ସବ ମୁଖର ହୋଇଛି। ପ୍ରଥମେ ୧୦୮ ମହିଳା ମାନଙ୍କ ଦ୍ୱାରା ଘଣ୍ଟ,ସଂଙ୍ଖ,ସଂକୀର୍ତ୍ତନ୍ୟ ସହିତ କଳସ ଶୋଭାଯାତ୍ରାରେ ବହାରି ନିକଟସ୍ଥ ଅଙ୍ଗନଦିରୁ ସୁବାସିତ ଜଳ ଆଣି ବସ୍ତିପରିକ୍ରମା କରିବା ସହିତ ପୁଜାମଣ୍ଡପକୁ ପହଞ୍ଚିଥିଲେ। ପୁଜା ମଣ୍ଡପରେ ପହଞ୍ଚିଲାପରେ ପୁଜକ ରଞ୍ଜନ ଗୁରୁ ଙ୍କ ଦ୍ୱାରା ମନ୍ତ୍ରପାଠ କରାଯାଇ କଳସ ପୁଜା କରି କଳସ ଥାପନ କରାଯାଇ ଅମୃତ ବେଳା ଆନୁଶାରେ ପୁଜାକାର୍ଯ୍ୟର ଶୁଭାରମ୍ଭ କରାଯାଇଥଲା। ଏହି ପୁଜା ଦିର୍ଘ ବର୍ଷଠାରୁ ଚାଲି ଆସିଥିବାରୁ ପୁଜାକୁ ଅକର୍ଷଣିୟ କରିବାପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକ ଙ୍କ ମନୋରଞ୍ଜନ ପାଇଁ ଅହୁରି ୨ ଦିନ ପର୍ଯ୍ୟନ୍ତ ପାଳା, ଦଣ୍ଡନୃତ୍ୟ ର ଆୟୋଜନ ରହିଥିବାର କମିଟି ତରଫୁ ସୁଚନା ମିଲିଛି। ପୁଜା କମିଟିର ସଭାପତି ବୁଧୁ ଅଦାବରିଆ,ସମ୍ପାଦକ ପୁଷ୍ପ ସେଠ ଙ୍କ ତତ୍ୱାବଧାନରେ ପୁଜା ପରିଚାଳିତ ହେଉଥିବାବେଲେ ଗୋପିନାଥ ମଟାରୀ ପୁଜା କର୍ତ୍ତା ଦାୟିତ୍ତ୍ୱ ତୁଲାଉଛନ୍ତି। କମିଟିର ସଦଶ୍ୟ ଜିତୁ ତ୍ରିପାଠୀ, ପ୍ରେମରାଜ ସେଠ, ଟିଲନ ଆଦବରିଆ, ସୁଦାମ ବାଗ , ଭୀମସେନ ମହାକୁର, ଲୋକନାଥ ମଟାରୀ ତଥା ଗଉଡପଡାବାସୀ ସାହାଯ୍ୟ ସହଯୋଗ କରିଥିଲେ। ଏହି ଗଜଲକ୍ଷ୍ମୀ ପୂଜା ଦର୍ଶନ କରିବାପାଇଁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଦେଖାଯାଇଥିଲା।
Comments are closed.