www.samajalive.in
Friday, December 12, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନର ବର୍ଷେପରେ ମଧ୍ୟ ଟିଟିଲାଗଡ଼ ଡାକ୍ତରଖାନାରେ ତାଲା, ମାଲାମାଲ ହେଉଛନ୍ତି ନର୍ସିଂହୋମ

ଟିଟିଲାଗଡ଼ : ୨୦୧୯ ମାର୍ଚ୍ଚରେ ସାଧାରଣ ନିର୍ବାଚନ ଆଚାର ସଂହିତା ଲାଗୁ ପୁର୍ବରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଆସି ଉଦଘାଟନ କରିଥିବା ଟିଟିଲାଗଡର ମାତୃ ଓ ଶିଶୁ ଡାକ୍ତରଖାନା ଆଜି ଯାଏ ଖୋଲି ପାରିଲା ନାହିଁ। ବର୍ଷଟିଏ .ହେଲାଣି ମେଡିକାଲରେ ଝୁଲୁଛି ତାଲା। ଏପରିକି ଗତ ଜାନୁଆରୀ ୪ ତାରିଖରେ ଖୋଦ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗିର ଜିଲାପାଳ ତଥା ଅନେକ ଅଧିକାରୀ ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ବେଳେ ଗେଟରେ ତାଲା ପଡିଥିବା ବେଳେ ଚାବି ନମିଳିବାରୁ ରାସ୍ତା କଡରେ ବହୁ ସମୟ ଧରି ଅପେକ୍ଷା କରିଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଅପରପକ୍ଷରେ ଟିଟିଲାଗଡ ଅଞ୍ଚଳବାସୀ ଏହି ଡାକ୍ତରଖାନା ନେଇ ଅନେକ ଆଶା କରିଥିଲେ ମଧ୍ୟ ତାହା ବର୍ତ୍ତମାନ ମରିଚିକାରେ ପରିଣିତ ହୋଇଛି।

ଏନେଇ ପ୍ରକାରାନ୍ତରେ ଘରୋଇ ପରିଚାଲନାରେ ପ୍ରତିଷ୍ଠିତ ନର୍ସିଂହୋମ ନିଜ ବ୍ୟବସାୟ କଳେବର ଆହୁରି ବୃଦ୍ଧି କରିବା ସୁଯୋଗ ଲାଭ ସହ ମାଲାମାଲ ହେଉଥିବା ଅଭିଯୋଗ ହୋଇଛି। ରାଜ୍ୟର ସର୍ବବୃହତ ଉପଖଣ୍ଡ ଆଦିବାସୀ ଦଳିତ , ପଛୁଆବର୍ଗ ଅଧ୍ୟୁଷିତ ଟିଟିଲାଗଡ ଅଞ୍ଚଳ ଦାଦନ ପ୍ରବଣ ଭାବରେ ଅନ୍ୟ ଏକ ପରିଚୟ ରହିଛି। ଏହା ସହ ତତଲାଗଡ ଭାବରେ ଖ୍ୟାତ ଏ ଅଞ୍ଚଳ ଚିର ମରୁଡିଗ୍ରସ୍ତ ହୋଇ ଚାଷୀ ତଥା ସାଧାରଣବର୍ଗ ଅଣ୍ଟା ସଲଖି ପାରୁନାହାନ୍ତି। ଏଭଳିକ୍ଷେତ୍ରରେ ବିଶେଷ କରି ଗରିବ ପରିବାରର ମହିଳା ତଥା ଶିଶୁଙ୍କ ଆଶୁ ଚିକିତ୍ସା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମାତୃ ଓ ଶିଶୁ ଡାକ୍ତରଖାନା ନିର୍ମାଣ ହେବା ନେଇ ଅନେକ ସମ୍ଭାବନା ସୃଷ୍ଟି ସହ ସାଧାରଣ ଗରିବ ଜନତା ଆଶ୍ୱସ୍ତ ହୋଇଥିଲେ। ଅପରପକ୍ଷରେ ଠିକାଦାର ପ୍ରାୟ ୨ ବର୍ଷ ହେଲା ଡାକ୍ତରଖାନାର ନିର୍ମାଣ କାର୍ୟ୍ୟ ସମ୍ପୁର୍ଣ୍ଣ ସହ ଚାବି କାହାକୁ ଦେବେ ସେ ନେଇ ଚିନ୍ତିତ ହୋଇପଡିଥିବା କହିଛନ୍ତି। ଡାକ୍ତରଖାନା କୋଠାରେ ଶୀତତାପ ନିୟନ୍ତ୍ରୀତ ଯନ୍ତ୍ର ସହ ଅନେକ ଅତ୍ୟାଧୂନିକ ଯନ୍ତ୍ରାଂଶ ଖଞ୍ଜାଯାଇଥିବା ବେଳେ ବର୍ଷାଧିକ କାଳ ହେଲା ଅବ୍ୟବହୃତ ହୋଇପଡରିହିଥିବା ନେଇ ସେ ସବୁ ଅକାମୀ ହୋଇପଡିବା ଆଶଙ୍କା ରହିଥିବା ଠିକାଦାରଙ୍କ ଲୋକ କହିଛନ୍ତି। ଏପରିକି ଅନେକ ଯନ୍ତ୍ରାଂଶର ୧ ବର୍ଷ ଗ୍ୟାରେନ୍ଟି ଅବଧି ମଧ୍ୟ ସରିଥିବା ଜଣାଯାଇଛି। ଅନ୍ୟପକ୍ଷରେ ପୁର୍ବରୁ ରହିଥିବା ୯୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡ ଡାକ୍ତରଖାନାରେ ସମସ୍ୟା ଲାଗି ରହିଛି। ଟିଟିଲାଗଡ ପୌରାଞ୍ଚଳ ସମେତ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଗ୍ରାମ ତଥା ପଡୋଶୀ କଲାହାଣ୍ଡି ଏବଂ ନୁଆପଡା ଜିଲା ଅଞ୍ଚଳର ଲୋକେ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ତେବେ ଆବଶ୍ୟକ ଡାକ୍ତର ଅଭାବ, ବିଶେଷଜ୍ଞ ଅଭାବ, ସ୍ଥାନାଭାବ, ଆବଶ୍ୟକ ସରଞ୍ଜାମ ଅଭାବ ଆଦି ଅଭାବିରେ ଡାକ୍ତରଖାନା ଏକ ରେଫରାଲ କେନ୍ଦ୍ର ଭାବରେ କାର୍ୟ୍ୟ କରୁଛି। ବିଶେଷତଃ ଗରିବ ପରିବାର ନିର୍ଭର କରୁଥିବା ଏହି ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ଅନ୍ୟତ୍ର ରେଫର କରାଯିବା ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୋଇଛି।

- Advertisement -

ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣରେ ରୋଗୀଙ୍କୁ ଔଷଧ ପ୍ରଦାନ ସହ ଏପରିକି ଡାକ୍ତରଙ୍କୁ ବାହାର ଔଷଧ ଲେଖିବାକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି। ହେଲେ ଡାକ୍ତରଖାନା ପରିସରରେ ଘରୋଇ ଔଷଧ ଦୋକାନକୁ ବନ୍ଦ କରିବା ପାଇଁ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ନେଇ ବୁଦ୍ଧିଜୀବୀ ମହଲରେ ସନ୍ଦେହ ସୃଷ୍ଟି କରିଛି। ଅପରପକ୍ଷରେ ସ୍ଥାନାଭାବ ନେଇ ଆଉଟଡୋର ତଥା ରୋଗୀଙ୍କ ୱାର୍ଡ ସମ୍ମୁଖରେ ମୃତଦେହଙ୍କୁ ପକାଇରଖାଯାଉଛି। ବିଶେଷ କରି ଦୁର୍ଘଟଣା ଜନିତ ରୋଗୀଙ୍କ ମୃତଦେହକୁ ସଂକୁଚିତ ୱାର୍ଡର ଗଳିରେ ରଖାଯିବା ନେଇ ରକ୍ତ ଧାର ବହି ଚାଲିବା ଭଳି ହୃଦୟବିଦାରକ ଦୃଶ୍ୟ ବେଡରେ ଥିବା ରୋଗୀଙ୍କ ପାଇଁ ଦୁର୍ବିସହ ହୋଇପଡୁଛି। ଡାକ୍ତରଖାନାରେ ଏଭଳି ବିଭିନ୍ନ ସମସ୍ୟାର ଦ୍ୱାହି ଦେଇ କିଛି ଦଲାଲ ଚିକିତ୍ସା ନାମରେ ଗ୍ରାମାଞ୍ଚଳର ଲୋକଙ୍କୁ ଶୋଷଣ ଜାରି ରଖିଥିବା ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ମହିଳା ଏବଂ ଶିଶୁଙ୍କ ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରଖାନା ନିର୍ମାଣ କରାଯାଇଥିବା ବେଳେ କାର୍ୟ୍ୟକାରୀ ନହେବା କିଛି ନର୍ସିହୋମ ମାଲିକ ତଥା ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ହୋଇଥିବା ଆଇନଜୀବୀ ବିରେନ୍ଦ୍ର ବାଗ, ସମାଜସେବୀ ସଞ୍ଜୟ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଏନେଇ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନି ଦିଆଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories