www.samajalive.in
Sunday, December 7, 2025
23.1 C
Bhubaneswar

ଚିନ୍ତାରେ ରାକ୍ଷୀ ବ୍ୟବସାୟୀ , ଭାଇ ହାତରେ ଭଉଣୀ କେମିତି ବାନ୍ଧିବ ରାକ୍ଷୀ

ବଲାଙ୍ଗୀର : ବଲାଙ୍ଗୀରରେ ଚାରିଦିନିଆ ସଟଡାଉନରେ ସବୁକିଛି ବନ୍ଦ ରହିବ। ଏହି ସଟଡାଉନ ପ୍ରଭାବ ସିଧାସଳଖ ରାକ୍ଷୀ ବ୍ୟବସାୟୀ ମାନଙ୍କ ଉପରେ ପଡ଼ିଛି। ଋତୁକାଳିନ ବ୍ୟବସାୟ କରୁଥିବା ଏହି ବ୍ୟବସାୟୀ ମାନେ ଶ୍ରାବଣ ପୂର୍ ମା ସମୟରେ ରାକ୍ଷୀ ବିକ୍ରୟ କରି ଦୁଇ ପଇସା ଲାଭ ପାଇଥାନ୍ତି। ତେବେ ଚଳିତ ବର୍ଷ ଆସନ୍ତା ୩ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ରହିଛି। ଏଥିପାଇଁ ବଲାଙ୍ଗୀର ସହର ଓ ଜିଲାର ବିଭିନ୍ନ ସ୍ଥାନ ମାନଙ୍କରେ ରାକ୍ଷୀ ବ୍ୟବସାୟୀ ମାନେ ଦୋକାନ ଖୋଲିଛନ୍ତି। ଜିଲାରେ ପ୍ରାୟ ଦୁଇ ପାଞ୍ଚ ଶହ ବ୍ୟବସାୟୀ ରହିଥିବା ବେଳେ କରୋନା ପାଇଁ ଜିଲା ପ୍ରଶାସନ ଦେଇଥିବା ସଟ ଡାଉନ ଡାକରାରେ ଏହି ବ୍ୟବସାୟୀ ମାନେ କ୍ଷତିଗ୍ରସ୍ତ ହେବେ। ଏହା ସହିତ ରାକ୍ଷୀ ପୂର୍ଣ୍ଣିମା ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଏହି ସଟଡାଉନ ଯୋଗୁ ଏହାକୁ ପାଳନ କରିବାରେ ସମସ୍ୟା ଦେଖାଯିବ ବୋଲି ଲୋକେ ଅଭିଯୋଗ କରିଛନ୍ତି।

- Advertisement -

 

ଅନ୍ୟପକ୍ଷରେ ବହୁ ଟଙ୍କା ଖର୍ଚ୍ଚ କରି ରାକ୍ଷୀ ଆଣି ବିକ୍ରି କରୁଥିବା ବ୍ୟବସାୟୀ ମାନେ ଏବେ କରିବେ କଣ ବୋଲି ପ୍ରଶ୍ନ କରିଛନ୍ତି। ବ୍ୟବସାୟୀ ମାନେ ଜିଲା ପ୍ରଶାସନର ଏହି ନିଷ୍ପତ୍ତିକୁ ନିନ୍ଦା କରିଥିବା ବେଳେ ଜିଲା ପ୍ରଶାସନ ଛୋଟ ଛୋଟ ବ୍ୟବସାୟୀ ମାନଙ୍କ ପେଟରେ ଲାତ ମାରୁଥିବା ଅଭିଯୋଗ ଆଣିଛନ୍ତି। ସେହିପରି ବଲାଙ୍ଗିର ସହର ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ଦୋକାନୀ ମାନଙ୍କ କହିବା ଅନୁସାରେ ଏତେଦିନ ପର୍ଯ୍ୟନ୍ତ ଜିଲା ପ୍ରଶାସନ ସମସ୍ତ ବଡ ବଡ ଦୋକାନୀ ମାନଙ୍କୁ ବ୍ୟବସାୟର ସୁଯୋଗ ଦେଇଥିଲା। ଏପରିକି ଏକାଧିକ ବଡ ବଡ ଦୋକାନରେ କାମ କରୁଥିବା କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ସତ୍ୱେ ପ୍ରଶାସନ କଟକଣା କଡାକଡି କରିନଥିଲା। କିନ୍ତୁ ରାକ୍ଷୀ ଭଳି ଏକ ପବିତ୍ର ପର୍ବକୁ ଖରାପ କରିବା ପାଇଁ ଏହିଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି। ସେହିପରି ରାକ୍ଷୀ ସମୟରେ ସଟଡାଉନ ଯୋଗୁ ଭଉଣୀ ମାନେ ମଧ୍ୟ ଏହାକୁ ନେଇ ଚିନ୍ତାରେ ରହିଛନ୍ତି। ଭାଇର ସୁରକ୍ଷା ପାଇଁ ଭଉଣୀ ରାକ୍ଷୀ ବାନ୍ଧିଥାଏ। ଯଦି ସଟଡାଉନ ରହିବ ତେବେ ଏହା କେମିତି ପାଳିତ ହେବ ତାକୁ ନେଇ ଭାଇ ଓ ଭଉଣୀ ପାଇଁ ଏେ ଚିନ୍ତାରେ ରହିଛନ୍ତି। ତେବେ ଏହି ରାକ୍ଷୀ ବ୍ୟବସାୟୀ ମାନଙ୍କୁ କଟକଣା ମୁକ୍ତ କରି ବ୍ୟବସାୟ ଅନୁମତି ଦେବା ପାଇଁ ବ୍ୟବସାୟୀ ମାନେ ଦାବି କରିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories