www.samajalive.in
Sunday, December 7, 2025
23.1 C
Bhubaneswar

ଆକ୍ସନ ମୋଡରେ ପ୍ରଶାସନ; ୨୪ ଘଣ୍ଟା ପାଇଁ ୯ ଦୋକାନ ସିଲ୍, ୪୫ ହଜାର ଜୋରିମାନା

ବଲାଙ୍ଗିର : କୋଭିଡ ନିୟମ ମାନିବେ, ନହେଲେ ଜୋରିମାନା ଆଦାୟ ହେବ ଓ ଦୋକାନ ସିଲ୍ କରାଯିବ। କିଛି ଦିନ ତଳେ ସହରର ବିଭିନ୍ନ ଅଞ୍ଚଳ ଗସ୍ତ କଲା ବେଳେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ଏଭଳି ଚେତାବନୀ ଦେଇଥିଲେ। ଆଉ କିଛି ଦିନ ହେଲା ଏହାର ପ୍ରତିଫଳନ ବି ଦେଖିବାକୁ ମିଳୁଥିଲା। ତେବେ ବର୍ତ୍ତମାନ ଦୁର୍ଗାପୂଜା ବଜାର ଚାଲିଥିବା ବେଳେ ସହରର ବିଭିନ୍ନ କପଡ଼ା, ଷ୍ଟେସନାରୀ ଦୋକାନଗୁଡ଼ିକୁ ପ୍ରବଳ ଭିଡ ରହୁଛି। କୋଭିଡ ନିୟମ ମାନି ଦୋକାନ ଚଳାଇବା ପାଇଁ କୁହାଯାଉଥିବା ବେଳେ କିଛି ଦୋକାନୀ ଏହାକୁ ବେଖାତିର କରୁଛନ୍ତି। ତେଣୁ ଆଜି ବଲାଙ୍ଗିର ଉପଖଣ୍ଡ ପ୍ରଶାସନ ପୂରା ଏକ୍ସନ ମୋଡରେ ଆସିଯାଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଉଲଂଘନ କରିଥିବା ୯ଟି ଦୋକାନକୁ ସିଲ୍ କରିଦିଆଯିବା ସହ ଜୋରିମାନା ଆଦାୟ କରାଯାଇଛି। ସିଲ୍ ହୋଇଥିବା ଦୋକାନଗୁଡ଼ିକ ମଧ୍ୟରେ ରଙ୍ଗୋଲି ଷ୍ଟୋର, ଟିପ୍ଟପ୍ ଡ୍ରେସେସ୍, ଗୋପାଳ ଡ୍ରେସେସ୍, ଜୀବନ ଷ୍ଟୋର, ଜୈନ ଡ୍ରେସେସ୍, ପପୁଲାର ମୋବାଇଲ୍, ଫେସନ ପ୍ଲାଜା ସହ ଶାନ୍ତି ଇଲେକ୍ଟ୍ରିକାଲ୍ସ ଓ ମୋବାଇଲ୍ ଓ ଏକ ହାର୍ଡୱାର ଷ୍ଟୋର ଥିବା ଜଣାପଡିଛି। ଏହି ୯ଟି ଦୋକାନକୁ ୨୪ ଘଣ୍ଟା ପାଇଁ ସିଲ୍ କରିଦିଆଯିବା ସହ ୫ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି। ମୋଟ ୪୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢଉରେ ଉପ ଜିଲାପାଳ ସୁଧାକର ନାୟକ, ତହସିଲଦାର ମାଗବାନ ବାଗ, ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଟାଉନ୍ ଥାନା ଆଇଆଇସି ସଂଗ୍ରମ କେଶରୀ ପଟ୍ଟନାୟକଙ୍କ ସହ ଅନ୍ୟ ପୁଲିସ ଓ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଉପ ଜିଲାପାଳ ଶ୍ରୀ ନାୟକ କହିଛନ୍ତି ଯେ, କୋଭିଡ ନିୟମକୁ ଆମେ ମୂଳରୁ ଗୁରୁତ୍ୱ ଦେଇ ଆସିଛୁ। ଯିଏ ନିୟମ ପାଳନ କରିବ ନାହିଁ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories