www.samajalive.in
Saturday, December 6, 2025
23.1 C
Bhubaneswar

ବଲାଙ୍ଗୀରରେ ବନ୍ଧୁକଧାରୀର ଆତଙ୍କରାଜ ; ଉଦ୍ଧାର ହେଲେ ବନ୍ଧକ ପରିବାର

ବଲାଙ୍ଗୀର : ବଲାଙ୍ଗୀରରେ ଆଜି ଦେଖାଦେଇଥିଲା ବନ୍ଧୁକଧାରୀର ଆତଙ୍କରାଜ। ଦୀର୍ଘ ସମୟର ପ୍ରୟାସ ପରେ ଘରୁ ଭିତରୁ ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ଉଦ୍ଧାର ହେଲେ ବନ୍ଧକ। ଏଭଳି ଘଟଣା ଆଜି ବଲାଙ୍ଗୀର ଜିଲା ଅନ୍ତର୍ଗତ ଶାନ୍ତିପଡାରେ ଘଟିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଜଣେ ଯୁବକ ବନ୍ଧୁକ ଧରି ପ୍ରବେଶ କରି ଉକ୍ତ ଶିକ୍ଷକଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ବନ୍ଧୁକ ମୁନରେ ରଖିଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ପ୍ରୟାସ ପରେ ଏସଡିପିଓ ଓ ଅଗ୍ନିଶମ କର୍ମଚାରୀ ଝରକା ବାଟେ ଘର ଭିତରେ ପ୍ରବେଶ କରି ସମସ୍ତ ବନ୍ଧକଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସହ ଉକ୍ତ ଯୁବକକୁ କାବୁ କରାଯାଇଛି ବୋଲି ସୂଚନା ମିଳିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories