www.samajalive.in
Sunday, December 7, 2025
26.1 C
Bhubaneswar

ଲୋକଙ୍କୁ ଘାରିଛି ନାଲିଫ୍ୟୁଜ ନିଶା, ଗୁପ୍ତଧନ ଭଳି ପବନ ବେଗରେ ବଢୁଛି ପୁରୁଣା ଟିଭିର ନାଲିଫ୍ୟୁଜ ଗୁଜବ

ବଲାଙ୍ଗିର: ବଲାଙ୍ଗିରରେ ନାଲି ଫ୍ୟୁଜ ନିଶାରେ ଏବେ ଯୁବଗୋଷ୍ଠୀ। ଯଦି ଆପଣଙ୍କ ପାଖରେ ୧୯୯୪-୯୫ ବର୍ଷର ଯଦି ଟିଭି କିମ୍ବା ରେଡିଓ ଅଛି ତେବେ ଆପଣ ଲକ୍ଷପତି ହୋଇଯିବେ। ଏହି ଟିଭି ଓ ରେଡିଓରେ ବାହାରୁଥିବା ଏକ ନାଲିରଙ୍ଗର ଫ୍ୟୁଜ ଦେଲେ ଏହି ଟଙ୍କା ମିଲିବ। କିଛି ଏହିଭଳି ଆଶାରେ କେଉଁ କେଉଁ ଆଡୁ ଲୋକଙ୍କ ପାଖକୁ ଫୋନ ଅସୁଛି ତାହା କହିବା ମୁସ୍କିଲ । କମ ସମୟରେ ଅଧିକ ଅର୍ଥ ପାଇବା ଆଶାରେ ସମସ୍ତେ ଏହି ନାଲିଫ୍ୟୁଜ ଖୋଜିବାରେ ପାଗଲ। ତେବେ ଏହା ସତ ନା ଗୁଜବ ତାହା ସ୍ପଷ୍ଟ ହୋଇନାହିଁ।
କିଛି ବର୍ଷ ଭିତରେ ଗୁପ୍ତଧନ କାରବାର ଜୋରସୋରରେ ଚାଲିଥିଲା। କମ ସମୟ ଭିତରେ ଲକ୍ଷ ଲକ୍ଷ ଟଙ୍କା ପାଇବା ଆଶା ଲୋକଙ୍କୁ କାଙ୍ଗାଲ କରିଦେଉଥିବା ମଧ୍ୟ ଦେଖିବାକୁ ମିଲିଛି। ହନୁମାନ ପଇସା, ପୁରୁଣା ନୋଟ ଦେଲେ ଲକ୍ଷ ଲକ୍ଷ ଟଙ୍କା ଦେବା ଆଶା ଦେଖାଇ ଏହି କାରବାର ଚାଲିଥିବା ବେଳେ ଏହାକୁ ନେଇ ଅନେକ ଅପରାଧିକ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଗତ ଗୋଟିଏ ମାସ ହେଲା ନାଲିଫ୍ୟୁଜ ଖୋଜିବାରେ ବ୍ୟସ୍ତ ଅଛନ୍ତି କମ ସମୟରେ ଧନୀ ହେବାକୁ ଛାହୁଁଥିବା ଲୋକମାନେ। ଏହି ଲୋକମାନଙ୍କ କହିବା ଅନୁସାରେ ୧୯୯୪-୯୫ ବର୍ଷରେ ତିଆରି ହୋଇଥିବା ଟିଭି ଓ ରେଡିଓର ସାର୍କିଟରେ ଏକ ଫ୍ୟୁଜ ଲଗାଯାଇଥିଲା ଯାହାକି ନାଲିରଙ୍ଗର ବୋଲି କୁହାଯାଉଛି। ଏହା ପାଖକୁ ରସୁଣ ନେଲେ ତାହା ଜଳିଉଠିବ। ଦର୍ପଣରେ ଏହାକୁ ଦେଖାଇଲେ ତାହା ଧଳା ଦେଖାଯିବ।

କିଛି ଏହିଭଳି କଥା କହି ଏହି ଫ୍ୟୁଜ ସଂଗ୍ରହ କରିବା ପାଇଁ ଲୋକଙ୍କୁ କୁହାଯାଉଛି। ଏହା ଅତ୍ୟନ୍ତ ମୂଳ୍ୟବାନ ମର୍କୁରୀ ହୋଇଥିବାରୁ ଏହାର ଦାମ କୋଟିଏ ଟଙ୍କା ବୋଲି ଏହି କାରବାରର ଦଲାଲି କରୁଥିବା ଦଲାଳ ମାନେ କହିବୁଲୁଛନ୍ତି। ଏହି ନାଲିଫ୍ୟୁଜ ଦେଲେ ସେମାନଙ୍କୁ ୧୦ ରୁ ୨୦ ଲକ୍ଷ ଟଙ୍କା ଦେବା ପାଇଁ ମଧ୍ୟ କୁହାଯାଉଛି। ତେବେ ଏହା ସତ୍ୟରେ ମୂଲ୍ୟବାନ ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଅନେକ ଭାଇରାଲ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି। ଏମିତିରେ ଏହି ନାଲିଫ୍ୟୁଜ ସଂଗ୍ରହ କରିବା ପାଇଁ ପୁରୁଣା ଟିଭି ରେଡିଓ ମରାମତି ଦୋକାନରେ ଭିଡ ଦେଖିବାକୁ ମିଲିଛି।

- Advertisement -

ସହର ଅପେକ୍ଷା ଏହା ଗାଁ ମାନଙ୍କରେ ବେଶୀ ଦେଖିବାକୁ ମିଲିଛି। ଗାଁ ମାନଙ୍କରେ ଥିବା ମରାମତି ଦୋକାନ ମାନଙ୍କରେ ସେମାନଙ୍କୁ ଟଙ୍କା ଲୋଭ ଦେଖାଇ ତାକୁ ଖୋଜିବାକୁ କୁହାଯାଉଛି। ଏନେଇ କିଛି ଟିଭି ମରାମତି ଦୋକାନୀଙ୍କ କହିବା ଅନୁସାରେ ସେମାନେ ଏହି ନାଲିଫ୍ୟୁଜ ପାଇଁ ଆସୁଥିବା ଫୋନ ଯୋଗୁ ଶାନ୍ତିରେ ରହିପାରୁନଥିବା କହିଛନ୍ତି। ତେବେ ସେହି ସମୟରେ ଟିଭି ମାନଙ୍କରେ ଲାଗୁଥିବା ଏହିଭଳି ଫ୍ୟୁଜ ଥିଲା କିନ୍ତୁ ତାହା ଏରେ ମୂଲ୍ୟବାନ ହୋଇଥିବ ତାହା ବିଶ୍ୱାସର ବାହାରେ ବୋଲି ଜଣେ ମରାମତି ଦୋକାନୀ ସହଦେବ ବିଶ୍ୱାଲ କହିଛନ୍ତି। ଏହି କାରବାର ଏବେ ବଲାଙ୍ଗିର ଜିଲାରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଏହାର ପଛରେ କେତେ ସତ୍ୟତା ଅଛି ତାକୁ ସ୍ପଷ୍ଟ କରିବା ପାଇଁ ସଚେତନ ନାଗରିକ ମାନେ ଦାବି କରିଛନ୍ତି। ନଚେତ ଅନ୍ୟ ଗୁପ୍ତଧନ ଭଳି ଏହି କାରବାର କୁ ନେଇ ଆଗକୁ ଯେ ଅପରାଧିକ ଘଟଣା ନ ଘଟିବ କିଏ କହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories