www.samajalive.in
Friday, December 12, 2025
14.1 C
Bhubaneswar

ଉପ-ଜିଲାପାଳଙ୍କ ଠାରୁ ନିର୍ବାଚିତ ପ୍ରମାଣପତ୍ର ଗ୍ରହଣ କଲେ ନରସିଂହ ମିଶ୍ର

ବଲାଙ୍ଗୀର : ଚଳିତ୨୦୧୯ ନିର୍ବାଚନରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପୁଣି ଥରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତାଦଳର ଅର୍କେଶ ନାରାୟଣ ସିଂହଦେଓଙ୍କ ଠାରୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଜର ବିଜୟ ବ୍ୟବଧାନ ବଜାୟ ରଖି ଜନସାଧାରଣଙ୍କ ଦ୍ୱାରା ପୁଣିଥରେ ନିର୍ବାଚିତ ହୋଇଛନ୍ତି। ସେ ନିର୍ବାଚନର ପ୍ରମାଣ ସ୍ୱରୁପ ଶୁକ୍ରବାର ସ୍ଥାନୀୟ ଉପ-ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପ-ଜିଲାପାଳ ତଥା ରିଟନିଂ ଅଫିସର ଭୈରବସିଂ ପଟେଲଙ୍କ ଠାରୁ ନିର୍ବାଚିତ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି। ଦିବା ଘ.୧୨.୨୦ ମି. ସମୟରେ ଶ୍ରୀ ମିଶ୍ର ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ପହଞ୍ଚି ଏହି ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି।
ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି- ନିର୍ବାଚନରେ ପୁଣିଥରେ ବିଜୟୀ ହୋଇଥିବାରୁ ବଲାଙ୍ଗୀରର ସମସ୍ତ ଭୋଟର ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ସମସ୍ତଙ୍କର ସହଯୋଗରେ ବଲାଙ୍ଗୀରରେ ଥିବା ସମସ୍ତ ଅଧୁରା ପ୍ରକଳ୍ପ ସମାପ୍ତ କରାଯିବ ବୋଲି କହିଛନ୍ତି। ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କ୍ରୀଡା଼ର ଭିତ୍ତିିଭୂମି ସହିତ ଲୋକଙ୍କ ପ୍ରମୁଖ ଦାବି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଏବଂ ବଲାଙ୍ଗୀର ବାଇପାସ ନିର୍ମାଣ କାର୍ଯ୍ୟକୁ ସେ ପ୍ରାଥମିକତା ଦେବେ। ଲୋକେ ପୁଣିଥରେ ବିଜୟୀ କରିଥିବାରୁ ସେ ଲୋକଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ଦାବି ମୁତାବକ ବଲାଙ୍ଗୀରର ବିକାଶମୂଳକ କାର୍ଯ୍ୟକୁ ଜାରି ରଖିବେ ବୋଲି କହିଛନ୍ତି। ଆଜିର ଏହି ପ୍ରମାଣପତ୍ର ଗ୍ରହଣ ସମୟରେ ବିଧାୟକଙ୍କ ସହ ନିର୍ବାଚନ ଜିଲା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଅସିମ ପଟ୍ଟନାୟକ, ଚାଷୀନେତା ଡ.ସୁଧିର ପରିଚ୍ଛା, ପୂର୍ବତନ ପିସିସି ସଭ୍ୟ ବିରେନ ମିଶ୍ର, ପିସିସି ସମ୍ପାଦକ ସୁଦାମ ସାହୁ, ଜିଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନି, ସନ୍ତୋଷ ସାହୁ, ସଂଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories