www.samajalive.in
Sunday, December 14, 2025
23.1 C
Bhubaneswar

ହତ୍ୟାକୁ ଦୁର୍ଘଟଣାର ରୁପ ଦେବାକୁ ଉଦ୍ୟମ: ୩ ଅଟକ, ମାମଲା ରୁଜୁ

ବଲାଙ୍ଗିର: ଆରଟିଓ ଛକ ନିକଟରେ ହିଟ ଆଣ୍ଡ ରନ ଘଟଣା। ସନ୍ଦେହ ଘେରକୁ ଆସିଥିବା ଚିତ୍ତ ମହାନ୍ତି ଓ ତା’ର ୨ ସହଯୋଗୀ ଅଟକ। ଦୁର୍ଘଟଣା ପଛରେ ହତ୍ୟା ଷଡ଼ଯନ୍ତ୍ର ନେଇ ପୁଲିସର ସନ୍ଦେହ। ଅଟକ ଚିତ୍ତଙ୍କ ନାମରେ ଆଇପିସି ୩୦୭, ୩୦୨, ୧୨୦ ବିରେ ମାମଲା ରୁଜୁ। ୩ ଅଟକ ଓ ମାମଲା ରୁଜୁ ନେଇ ସୂଚନା ଦେଲେ ଏସଡିପିଓ ତୋଫାନ ବାଗ। ସିସିଟିଭି ଫୁଟେଜରୁ
ଦୁର୍ଘଟଣା ପଛରେ ହତ୍ୟା ଉଦ୍ୟମ ସନ୍ଦେହ ଘନୀଭୂତ।
ବଲାଙ୍ଗିର: ଶନିବାର ବଲାଙ୍ଗିର ସହରର ପ୍ରବେଶ ପଥ ଆରଟିଓ(ରାସ୍ତା ଓ ପରିବହନ) ଅଫିସ ଛକରେ ଏକାଧିକ ଦୁର୍ଘଟଣା ଘଟିଥିଲା। ଏକ ମିନିଟ୍ରକ ଧକ୍କାରେ ବରଗଡ ସହରର ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ଦୁର୍ଘଟଣା ଆକଳନ କରାଯାଉଥିଲା। ପାରିପାର୍ଶିକ ପରିସ୍ଥିତି ଦେଖିବା ପରେ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ବୋଲି ଜଣାପଡିଛି। ପୁଲିସ ଏନେଇ ଆବଶ୍ୟକ ପ୍ରମାଣ ବି ପାଇ ସାରିଛି।
ଶନିବାର ଟିଟିଲାଗଡ ପଟୁ ଏକ ମିନି ଟ୍ରକ ଆସୁଥିଲା। ଆରଟିଓ ଅଫିସ ଛକରେ ସାମ୍ନାରେ ଯାଉଥିବା ବାଇକକୁ ଧକ୍କା ଦେଇଥିଲା। ଗଛକୁ ପିଟିବା ପରେ ମିନି ଟ୍ରକ ସାମ୍ନା ପଟୁ ଆସୁଥିବା ଗହମ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ବାଇକ ଚଳାଉଥିବା ସାନୁ ନାଏକ ଓ ମିନି ଟ୍ରକ ଚାଳକ ଚିତ୍ତ ମହାନ୍ତି ଗୁରୁତର ହୋଇଥିଲେ। ସାନୁଙ୍କ ପାଖରେ କାମ କରୁଥିବା ଶ୍ରୀକାନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ମିନି ଟ୍ରକର ନମ୍ବର ପ୍ଲେଟରେ କାଳି ବୋଳା ଯାଇଥିଲା। ତାହା ପୋଛିବା ପରେ ଯେଉଁ ନମ୍ବର ଆସିଥିଲା, ତାହା ଯାଞ୍ଚ କଲା ବେଳକୁ ଉପଲବ୍ଧ ନଥିବା ପରିବହନ ସଫ୍ଟୱେରରେ ଦେଖାଇଥିଲା।

ଜମି ବିବାଦକୁ କେନ୍ଦ୍ର କରି ସାନୁଙ୍କ ପରିବାର ଓ ଚିତ୍ତ ମହାନ୍ତିଙ୍କ ବିବାଦ ଥିଲା। ସପ୍ତାହେ ତଳେ ସେହି ଆରଟିଓ ଅଫିସ ଛକରେ ସାନୁଙ୍କ ବଡ ଭାଇଙ୍କୁ ଅନୁରୁପ ଭାବେ ଗାଡି ମଡାଇ ହତ୍ୟା ଉଦ୍ୟମ କରାଯାଇଥିବା ବାପା ରବୀନ୍ଦ୍ର ନାଏକ ଅଭିଯୋଗ କରିଛନ୍ତି। ତାଙ୍କ ଗୋଡ ଭାଙ୍ଗିଥିବାରୁ ବରଗଡର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ସାନୁଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ବେଳେ ନିରୀହ କର୍ମଚାରୀ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ମୃତ ଶ୍ରୀକାନ୍ତଙ୍କ ଭାଇ ସୁମନ୍ତ ଓ ଅନ୍ୟମାନେ ଶବ ରଖି ସହରାଞ୍ଚଳ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଦୁର୍ଘଟଣା ମାମଲା ହତ୍ୟା ମାମଲାରେ ରୂପାନ୍ତରିତ କରାଯିବ କହିଛନ୍ତି ଏସଡିପିଓ ତୋଫାନ ବାଗ। ଆରଟିଓ ଛକ ନିକଟରେ ହିଟ ଆଣ୍ଡ ରନ ଘଟଣାରେ ସନ୍ଦେହ ଘେରକୁ ଆସିଥିବା ଚିତ୍ତ ମହାନ୍ତି ଓ ତା’ର ୨ ସହଯୋଗୀ ଅଟକ ରଖାଯାଇଛି। ଦୁର୍ଘଟଣା ପଛରେ ହତ୍ୟା ଷଡ଼ଯନ୍ତ୍ର ନେଇ ପୁଲିସର ସନ୍ଦେହ ରହିଥିବାବେଳେ ଅଟକ ଚିତ୍ତଙ୍କ ନାମରେ ଆଇପିସି ୩୦୭, ୩୦୨, ୧୨୦ ବିରେ ମାମଲା ରୁଜୁ ରଖାଯାଇଛି। ୩ ଅଟକ ଓ ମାମଲା ରୁଜୁ ନେଇ ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ସିସିଟିଭି ଫୁଟେଜରୁ ଦୁର୍ଘଟଣା ପଛରେ ହତ୍ୟା ଉଦ୍ୟମ ସନ୍ଦେହ ଘନୀଭୂତ ହୋଇଥିବା ଜଣାପଡ଼ିଛି। ସେହିପରି ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାର ବିଶାଖପାଟଣାକୁ ଚିତ୍ତଙ୍କୁ ନେଇ ପରିବାର ଲୋକେ ଯାଉଥିବା ବେଳେ ଥେରୁବାଲି ପୁଲିସ ଅଟକ ରଖିଛି। ପୁଲିସ ତଦନ୍ତ ଚଳାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories