www.samajalive.in
Sunday, December 14, 2025
26.1 C
Bhubaneswar

କନ୍ଧମାଳ ଆରକ୍ଷୀ ଅଧ୍ୟକ୍ଷକଙ୍କ ନିକଟରେ ଆତ୍ମ ସମର୍ପଣ ମାଓ ଡିଭିଜନର ଏରିଆ କମିଟି ମେମ୍ବର ଅଶୋକ ପୁନେ

ଫୁଲବାଣୀ: ଆଜି ମାଓ ଡିଭିଜନର ଏରିଆ କମିଟି ମେମ୍ବର ଅଶୋକ ପୁନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓ ଅଶୋକ କେକେବିଏନ ମାଓ ସଂଘଠନ ରେ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲେ। କନ୍ଧମାଳ ଜିଲାରେ ସାତ ଆଠ ବର୍ଷ ଧରି କାର୍ଯ୍ୟ କରିବା ସହ ବିଭିନ୍ନ ହିଂସା କାଣ୍ଡରେ ସମ୍ପୃକ୍ତ ଥିଲେ ।
ଏରିଆ କମିଟି ମେମ୍ବର ଅଶୋକ ପୁନେ କହିଛନ୍ତି ଯେ ମାଓ ସଙ୍ଘଠନର କାର୍ଯ୍ୟକାଳ ଦିଶାଭ୍ରଷ୍ଟ ହେବାରୁ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ପ୍ରକାଶ କରି ବାଧ୍ୟ ହୋଇ ଆଜି କନ୍ଧମାଳ ଅରକ୍ଷୀ ଅଧିକ୍ଷକ ନିକଟରେ ନିଜେ ଆସି ଆତ୍ମ ସମର୍ପଣ କରିଛନ୍ତି। ଅନ୍ୟ ମାଓ ସାଥି ଭାଇମାନେ ମଧ୍ୟ ପୁଲିସ ନିକଟରେ ଆତ୍ମ ସମର୍ପଣକୁ ସେ ଆହ୍ୱାନ ଦେଇଛନ୍ତି।

କନ୍ଧମାଳ ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ ମାଓ ଡିଭିଜନର ଏରିଆ କମିଟି ମେମ୍ବର ଅଶୋକ ପୁନେ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ରାଜ୍ୟ ସରକାରଙ୍କ ନିୟମାନୁସାରେ ତାଙ୍କୁ ଶିକ୍ଷାଗ୍ରହଣ, ଆର୍ଥିକ ସହାୟତା, ଆତ୍ମ ନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ ଦିଆଯିବ। ମାଓବାଦୀମାନେ ହିଂସାତ୍ମକ କାର୍ଯ୍ୟକଳାପ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଉଚିତ ବୋଲି ସେ କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories